ବୈଷ୍ଣୋଦେବୀ ଭୂ-ସ୍ଖଳନକୁ ନେଇ ଉପମୁଖ୍ୟମନ୍ତ୍ରୀ ସୁରେନ୍ଦ୍ର ଚୌଧୁରୀ ଖପ୍ପା, LG ମନୋଜ ସିହ୍ନାଙ୍କୁ କଲେ ପ୍ରଶ୍ନ

Published By : Prameya-News7 Bureau | August 28, 2025 IST

କଟାରା ୨୮।୮: ଜମ୍ମୁ-କାଶ୍ମୀରରେ ମଙ୍ଗଳବାର ଅପରାହ୍ନରେ ବୈଷ୍ଣୋ ଦେବୀ ମାର୍ଗରେ ହୋଇଥିବା ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ଗୁରୁବାର ୩୫କୁ ପହଞ୍ଚିଛି। ଅନେକ ଲୋକ ନିଖୋଜ ଥିବା ବେଳେ କେତେକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଜମ୍ମୁ-କାଶ୍ମୀର ଉପମୁଖ୍ୟମନ୍ତ୍ରୀ ସୁରେନ୍ଦ୍ର ଚୌଧୁରୀ ଏହି ଦୁର୍ଘଟଣା ନେଇ ମାତା ବୈଷ୍ମୋଦେବୀ ସ୍ରାଇନବୋର୍ଡକୁ ଦାୟି କରିଛନ୍ତି। ସେ କହିଛନ୍ତି ଯେଦି ପାଗ ଖରାପ ଥିଲା ଯାତ୍ରା ପାଇଁ କାହିଁକି ଅନୁମତି ଦିଆଯାଇଥିଲା। ଏଥି ପାଇଁ ସେ ମାତା ବୈଷ୍ମୋଦେବୀ ସ୍ରାଇନବୋର୍ଡ ସିଇଓ ଏବଂ ଜମ୍ମୁ-କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ଜବାବ ଦେବାକୁ ପଡିବ ବୋଲି କହିଛନ୍ତି। 

ଉପମୁଖ୍ୟମନ୍ତ୍ରୀ ଏହାକୁ ଏକ ଭୀଷଣ ବିପର୍ଯ୍ୟୟ ବୋଲି କହିଛନ୍ତି। ଏଥି ପାଇଁ ସେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିକଟରେ ପ୍ୟାକେଜ ଦାବି ଉଠାଇଛନ୍ତି। କାରଣ ଏବେ କାଶ୍ମୀର ପରିସ୍ଥିତି ଅତ୍ୟନ୍ତ ଜଟିଳ। ସେ କହିଛନ୍ତି ଏଠାରେ ସ୍ରାଇନବୋର୍ଡ ଚେୟାରମ୍ୟାନ ନିଜେ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି) ଅଛନ୍ତି। ସେ ଜାଣିଥିବା ଦରକାର ହାଇଆଲର୍ଟ ଅର୍ଥ କ’ଣ? ଯଦି ସେ ଜାଣିଥିଲେ ପାଗ ଅନୁକୂଳ ନୁହେଁ ଯାତ୍ରାକୁ ରୋକିଲେନି କାହିଁକି? ଏହାକୁ କାହିଁକି ଜାରି ରଖାଗଲା?ଏଥି ପାଇଁ ଯିଏ ବି ଦାୟୀ ଏଲଜି ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରନ୍ତୁ। 


ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନିରିହ ଲୋକେ ପ୍ରାଣ ହରାଇଛନ୍ତି। ଏଣୁ ଏଲଜି ମନୋଜ ସିହ୍ନା ଏହାର ଜବାବ ରଖିବା ଦରକାର। ଏହି ଏଲଜିଙ୍କ କାର୍ଯ୍ୟକାଳରେ ଅତୀତରେ ଦଳାଚକଟା ମଧ୍ୟ ହୋଇଛି। ଏଣୁ ବାଦଲ ଫାଟିବା ଓ ଭୀଷଣ ବର୍ଷା ଆଶଙ୍କା କରାଯାଇଥିବା ବେଳେ ଯାତ୍ରାକୁ ରୋକା ଗଲାନି କାହିଁକି? ମାତା ବୈଷ୍ଣୋଦେବୀଙ୍କ ଭକ୍ତଙ୍କ ଏଠାରେ ମୃତ୍ୟୁ ହୋଇ ନାହିଁ, ସେମାନଙ୍କୁ ହତ୍ୟା କରାଯାଇଛି। ଏହା ପଛରେ ଏକ ଅପରାଧିକ ଷଡ଼ଯନ୍ତ୍ର ରହିଛି। ଏହାର ଯାଞ୍ଚ ହେବା ଦରକାର। 


ଏଥି ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏଲଜି ମନୋଜ ସିହ୍ନା ଓ ଅଧିକାରୀଙ୍କ ଭୂମିକା ଯାଞ୍ଚ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ଅନୁରୋଧ କରିଛନ୍ତି। ସେ କଡ଼ା କାର୍ଯ୍ୟାନୁଷ୍ଠାନର ଦାବି କରିବା ସହ ଏଫଆଇର ରୁଜୁ କରିବାକୁ ମଧ୍ୟ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.