ଘନ କୁହୁଡି ସହ ପହିଲି ଶୀତର ପୁଲକ, ହାଲକା ଥଣ୍ଡା ପରିବେଶର ମଜା ନେଲେ ଲୋକେ

Published By : Prameya-News7 Bureau | October 16, 2024 IST

ମୋହନା ୧୬/୧୦: ପାର୍ବଣ ଋତୁ ଚାଲିଥିବା ବେଳେ ଗଜପତି ଜିଲ୍ଲା ମୋହନାରେ ଘନ କୁହୁଡି ଦେଖିବାକୁ ମିଳିଛି l ବିଳମ୍ବିତ ରାତି ଠାରୁ କୁହୁଡି ଆରମ୍ଭ ହେଉଥିବା ବେଳେ ସକାଳେ କୁହୁଡିର ମାତ୍ରା ବୃଦ୍ଧି ପାଉଛି । ତେବେ କୁହୁଡି ସହ ହାଲକା ଥଣ୍ଡା ଯୋଗୁଁ ପରିବେଶ ଅତି ସୁନ୍ଦର ଦେଖାଯାଉଛି । 

ଏଭଳି ପରିବେଶରେ ଲୋକେ ମର୍ଣ୍ଣିଙ୍ଗ ୱାକ କରିବାକୁ ଅଧିକ ପସନ୍ଦ କରିଥାନ୍ତି । ସକାଳୁ ସକାଳୁ ଲୋକେ ମୋହନା କଲେଜ ଛକ, ହାଇସ୍କୁଲ ଛକ ଅଞ୍ଚଳରେ ମର୍ଣ୍ଣିଙ୍ଗ ୱାକ କରୁଥିବା ଦେଖିବାକୁ ମିଳିଛି । ସେହିଭଳି ଯୁବକ ମାନେ ରାସ୍ତାରେ ରନିଙ୍ଗ, ସ୍କିପିଙ୍ଗ କରୁଛନ୍ତି । ଅନ୍ୟପକ୍ଷରେ ଘନ କୁହୁଡି ଯୋଗୁଁ ବସ, ବାଇକ ଚାଳକ ମlନେ ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି । ଗାଡି ଚଳାଇବା ବେଳେ ଲାଇଟ ଲଗାଇବାକୁ ପଡୁଛି । ରାସ୍ତାରେ କୌଣସି ସୂଚନା ଫଳକ ନଥିବା ଯୋଗୁଁ ଧୀରେ ଧୀରେ ଗାଡି ଚଳାଇବାକୁ ପଡୁଥିବା କହିଛନ୍ତି ଗାଡି ଚାଳକ l 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.