ଭୁବନେଶ୍ୱର ୨୯।୦୧ : ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି କୁହୁଡ଼ି । ଗତ କିଛି ଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହେଉଛି । ଆଗକୁ ବି କୁହୁଡ଼ି ରହିବ । ବୁଧବାର ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହେବ । ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ଘନ କୁହୁଡ଼ି ରହିବ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଯିବ । ପାଣିପାଗ ବିଭାଗ ଏଭଳି ସତର୍କ କରାଇଛି ।
୨୦୨୪ ଥିଲା ବିଶ୍ୱର ସବୁଠୁ ଉତ୍ତପ୍ତ ବର୍ଷ, ବୈଜ୍ଞାନିକ କହିଲେ ଆଗକୁ ଲଗାତାର ଆସିବ ବନ୍ୟା ଓ ଝଡତୋଫାନ
ସେହିପରି ବୁଧବାର ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖା ଦେଇପାରେ । ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ଅନୁଗୁଳ ଓ ଢେଙ୍କାନାଳରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଉରକେଲାରେ ରାତି ତାପମାତ୍ରା ସବୁଠୁ କମ୍ ୮.୨ ଡିଗ୍ରୀ ରେକର୍ଡ ହୋଇଛି । ସୁନ୍ଦରଗଡ଼ରେ ୯.୯, ଫୁଲବାଣୀରେ ୧୦ ଡିଗ୍ରୀ, କେନ୍ଦୁଝରରେ ୧୧.୩, ଅନୁଗୁଳରେ ୧୨.୬, ହୀରାକୁଦରେ ୧୨.୭, ଦାରିଙ୍ଗବାଡ଼ିରେ ୧୩, କୋରାପୁଟରେ ୧୩.୮ ଡିଗ୍ରୀ ରେକର୍ଡ ହୋଇଛି । ଆଜି ବରଗଡ଼ରେ ଦିନ ତାପମାତ୍ରା ସର୍ବାଧିକ ୩୩ ଡିଗ୍ରୀ ରହିଥିଲା । ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨୮ରୁ ୩୦ ଡିଗ୍ରୀ ପାଖାପାଖି ଥିଲା।