ଭୁବନେଶ୍ବର ୨୯।୫: ବର୍ଷା ଋତୁ ଆସିଲାଣି, ଏହି ସମୟରେ କିଛି ରୋଗ ବଢ଼େ । ଏସବୁ ନେଇ ସ୍ୱାସ୍ଥ୍ୟ ସଚିବ ସମୀକ୍ଷା କରିଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି । ସେ କହିଛନ୍ତି, ଡେଙ୍ଗୁର କିଛି ମାମଲା କୋରାପୁଟରେ ଥିଲା । ଏବେ ନିୟନ୍ତ୍ରଣରେ ଅଛି । ଖୋର୍ଦ୍ଧାରେ ୨୦ ମାମଲା ଥିଲା । ଯାହା ଏବେ ନିୟନ୍ତ୍ରଣରେ ଅଛି । ଯେଉଁଠି ମାମଲା ହେଉଛି, ସ୍ୱାସ୍ଥ୍ୟ ବିଭାଗ ସେଠାକୁ ଯାଉଛି ।
ରାଉରକେଲା ଓ ଭୁବନେଶ୍ୱରରେ ଗତ ବର୍ଷ ଡେଙ୍ଗୁ ଚିନ୍ତା ଥିଲା । ହେଲେ ଏବର୍ଷ ସେମିତି କିଛି ନାହିଁ. ବର୍ତ୍ତମାନ ୮୦ ଡେଙ୍ଗୁ ମାମଲା ଅଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ଯେଉଁ ଗୋଟିଏ ଡେଙ୍ଗୁ ମୃତ୍ୟୁ ଅଭିଯୋଗ ଆସିଥିଲା, ତାହା ଡେଙ୍ଗୁ ଜନିତ ନୁହେଁ । ରିପୋର୍ଟକୁ ଅପେକ୍ଷା କରାଯାଇଛି । ଆଜି ନିଷ୍ପତ୍ତି ହୋଇଛି ଯେ, ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଭଳି ୭ ଜିଲ୍ଲାକୁ ଗୋଟିଏ ଟିମ୍ ଭୁବନେଶ୍ୱରରୁ ଯାଇ ସମୀକ୍ଷା କରିବେ । ରାଉରକେଲାକୁ ବି ଟିମ୍ ଯିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
You Can Read: