ନୂଆଦିଲ୍ଲୀ: ଷ୍ଟୁଡିଓରେ ଆସି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ନେଇ କଟାକ୍ଷ କଲେ ଅଭିନେତା କୁନାଲ କାମ୍ରା। ହେଲେ ଏବେ ବିଚରା ଷ୍ଟୁଡିଓ ମାଲିକ ଦଣ୍ଡ ପାଇଲେ। କୁନାଲ ଯେଉଁ ଷ୍ଟୁଡିଓରେ କମେଡି କରିଥିଲେ ସେହି ଷ୍ଟୁଡିଓକୁ ଭଙ୍ଗାଯାଇଛି।
ମୁମ୍ବାଇର ହେବିଟାଟ ଷ୍ଟୁଡିଓର କମେଡି କରିଥିଲେ କୁନାଲ। ଷ୍ଟୁଡିଓ ନିର୍ମାତା ନିୟମ ଭଙ୍ଗ କରିଥିବା ଅଭିଯୋଗ ଆଣି ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମ୍ସି)ର କର୍ମଚାରୀ ସୋମବାର ସକାଳେ ଷ୍ଟୁଡିଓ ଭାଙ୍ଗିବାକୁ ପହଞ୍ଚିଥିଲେ। ଷ୍ଟୁଡିଓର କିଛି ଅଂଶ ଭାଙ୍ଗାଯାଇଛି।
ତେବେ ଷ୍ଟୁଡିଓ ନିର୍ମାତା କଣ ନିୟମ ଉଲ୍ଲଂଘନର କରିଥିଲେ ତାହା ସ୍ପଷ୍ଟ କରି ନାହିଁ ବିଏମସି। ରିପୋର୍ଟ ଦାଖଲ କରିବା ସମୟରେ BMC କର୍ତ୍ତୃପକ୍ଷଙ୍କ ଦ୍ୱାରା କୌଣସି ସରକାରୀ ବିବରଣୀ ପ୍ରଦାନ କରାଯାଇ ନାହିଁ। ତଥାପି, ଖାର ଅଞ୍ଚଳର ୟୁନିକଣ୍ଟିନେଣ୍ଟାଲ ହୋଟେଲରେ ଅନେକ ସିଭିକ୍ସ ବଡି ଅଧିକାରୀମାନେ ହାତୁଡ଼ି ଧରି ସଭାସ୍ଥଳରେ ପ୍ରବେଶ କରୁଥିବାର ଦେଖାଯାଇଥିଲା।
ଘଟଣାକୁ ନେଇ କୁନାଲ କାମ୍ରା ପୁଲିସକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ସେ କେବେ ବି ତାଙ୍କ ଜୋକ ପାଇଁ କ୍ଷମା ମାଗିବେନି। ହେଲେ ସବୁ ନିୟମ ମାନିବେ। ବର୍ତ୍ତମାନ ସେ ମୁମ୍ବାଇରେ ନାହାନ୍ତି ତେବେ ତଦନ୍ତରେ ପୁଲିସକୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କୁନାଲ କହିଛନ୍ତି। ଏହି ମାମଲାରେ ଶିବସେନା ବିଧାୟକ ମୁର୍ଜୀ ପଟେଲ୍ଙ୍କ ଅଭିଯୋଗ କରିବା ପରେ ଥାନାରେ କୁନାଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ପଢନ୍ତୁ- କମେଡିଆନ କୁନାଲ କାମରାଙ୍କ ମନ୍ତବ୍ୟକୁ ନେଇ ବିବାଦ, ଧମକ ଦେଲେ ଶିବସେନା ନେତା
ଶାସକ ବ୍ୟବସ୍ଥାର ତୀବ୍ର ସମାଲୋଚନା କରୁଥିବା ନେଇ ଜଣାଶୁଣା କୁନାଲ କାମରା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ କଟାକ୍ଷ କରିଥିଲେ। ଏକନାଥ ୨୦୨୨ରେ ତାଙ୍କ ପୂର୍ବତନ ବସ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ ବର୍ଣ୍ଣନା କରିବା କଥାକୁ ବର୍ଣ୍ଣନା କରି ଲୋକପ୍ରିୟ ହିନ୍ଦୀ ଗୀତର ନକଲ କରିଥିଲେ। ଏହାପରେ ବିବାଦ ଆରମ୍ଭ ହୋଇଥିଲା।
ଭୋଲିସି ସୁରତ ଆଖୋଁ ମେ ମସ୍ତି ଗୀତକୁ ନେଇ କୁନାଲ ସିନ୍ଦେଙ୍କୁ କଟାକ୍ଷ କରିଥିଲେ। ଏଥିରେ ତାଙ୍କର ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ କରିବା ଠାରୁ ଆରମ୍ଭ କରି ବିଜେପିରେ ସାମିଲ ହେବା ପର୍ଯ୍ୟନ୍ତ କଥା କହିଥିଲେ। ତାଙ୍କ ନାଁ ନନେଇ ଗଦ୍ଦାର ବୋଲି କହିଥିଲେ କୁନାଲ। ଏହାପରେ ବିବାଦ ଆରମ୍ଭ ହୋଇଥିଲା। କୁନାଲ ଏହି ଭିଡିଓକୁ ଏକ୍ସରେ ଶେୟାର କରିଥିଲେ। ଯାହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଘଟଣା ପରେ ସିନ୍ଦେଙ୍କ ଶିବସେନା ପକ୍ଷରୁ ଷ୍ଟୁଡିଓରେ ଫଶି ଭଙ୍ଗାରୁଜା କରାଯାଇଥିଲା। ଏଥିରେ ରାହୁଲ କନଲଙ୍କ ସମେତ ୧୧ ଶିବସେନା କର୍ମଚାରୀଙ୍କୁ ଗିରଫ କରାଯାଇଛି। ବିବାଦ ବଢ଼ିବା ଓ ଭଙ୍ଗାରୁଜା କରିବା ପରେ କୁନାଲ ଏକ୍ସରେ ଏହାର ଜବାବ ଦେଇଛନ୍ତି। ଏମିତି ଭଙ୍ଗାରୁଜାକୁ ପରକ୍ଷୋରେ ସମାଲୋଚନା କରି ସେ ଏକ୍ସରେ ଲେଖିଛନ୍ତି ‘ଆଗକୁ ବଢିବାର ଏକମାତ୍ର ଉପାୟ।’