ସରକାରଙ୍କୁ କଂଗ୍ରେସର ପ୍ରଶ୍ନ : ବାଲେଶ୍ୱରକୁ କେବେ ମିଳିବ ମହାନଗର ନିଗମର ମାନ୍ୟତା

Published By : Prameya-News7 Bureau | July 05, 2025 IST

ଭୁବନେଶ୍ବର ୫।୭: ବାଲେଶ୍ୱର ପ୍ରତି ଉପେକ୍ଷା କରିଛନ୍ତି ଡବଲ ଇଞ୍ଜିନ ସରକାର । କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ କହିଛନ୍ତି, ମଧ୍ୟ ଓଡ଼ିଶାରେ ଭୁବନେଶ୍ୱର, କଟକ ଏବଂ ପୁରୀକୁ ମହାନଗର ନିଗମ ଭାବରେ ପରିଗଣିତ କରାଯାଇଛି । ସେହିଭଳି ପଶ୍ଚିମ ଓଡ଼ିଶାରେ ସମ୍ବଲପୁର, ରାଉଲକେଲା, ଅନ୍ୟପଟେ ଦକ୍ଷିଣ ଓଡ଼ିଶାରେ ବ୍ରହ୍ମପୁରକୁ ମଧ୍ୟ ମହାନଗର ମାନ୍ୟତା ମିଳିସାରିଛି । ତେବେ ଉତ୍ତର ଓଡ଼ିଶାରୁ ବାଲେଶ୍ୱର କାହିଁକି ଏତେ ଅବହେଳା ପ୍ରଦର୍ଶନ କରଯାଉଛି ।

ବାଲେଶ୍ୱର ଏକ ସଂକୃତି ଏବଂ ବାଣିଜ୍ୟିକ କ୍ଷେତ୍ର ଭାବରେ ପରିଚିତ । କାହିଁକି ବାଲେଶ୍ୱରକୁ ମହାନଗର ନିଗମର ମାନ୍ୟତା ଦିଆଯାଇନାହିଁ ।ବାଲେଶ୍ୱର ବିଧାୟକ ଏବଂ ସାଂସଦ ଉଭୟ ବିଜେପି ଦଳର । ତେବେ ସେମାନେ ତାଙ୍କର ଉତ୍ତର ଦାଇତ୍ବ କାହିଁକି ତୁଲାଉ ନାହାନ୍ତି । ତେଣୁ ଆମର ସରକାରଙ୍କୁ ପ୍ରଶ୍ନ ବାଲେଶ୍ୱରକୁ କେବେ ମହାନଗର ନିଗମର ମାନ୍ୟତା ମିଳିବ । 

You Can Read:

କଂଗ୍ରେସର ଲକ୍ଷ୍ୟ ଓ ଆଦର୍ଶ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ମୂଳ ଉଦ୍ଦେଶ୍ୟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.