କେଉଁଠି ଅଛି ରେହମାନ ଡକୈତର ୪୮ ବର୍ଷ ପୁରୁଣା ବଙ୍ଗଳା ? ଜାଣନ୍ତୁ କଣ ରହିଛି ଏହାର ବିଶେଷତ୍ଵ

NEWS7
demand-to-ban-pakistani-actor-fawads-film-abir-gulal

ମୁମ୍ଵାଇ ୦୧।୦୧; ଫିଲ୍ମ ‘ ଧୂରନ୍ଧର’ର ଭିଲେନ ରେହମାନ ଡକୈତର ସୋସିଆଲ ମିଡ଼ିଆରୁ ନେଇ ରାସ୍ତା ଯାଏ ସବୁଠି ଚର୍ଚ୍ଚା। ଅକ୍ଷୟ ଖାନ୍ନା ଏହି ଚରିତ୍ରକୁ ଜୀବନ୍ତ କରିଦେଇ ଥିବା ବେଳେ ପ୍ରଯୋଜକମାନେ ଏହି ଫିଲ୍ମର ପ୍ରତି ଜିନିଷକୁ ଧ୍ୟାନର ସହ କାମ କରିଛନ୍ତି। ଫିଲ୍ମରେ ରେହମାନ ଡକୈତର କୋଠା ଉପରକୁ ମଧ୍ୟ ବୋଧହୁଏ ଆପଣଙ୍କର ଧ୍ୟାନ ଯାଇଥିବ,ଯାହାର ଭିତରେ ଓ ବାହାରେ ଅନେକ ଦୃଶ ସୁଟ୍ କରାଯାଇଛି। କିନ୍ତୁ ଆପଣଙ୍କୁ କଣ ଜଣା ଯେ, ଫିଲ୍ମରେ ଯାହାକୁ ରେହମାନ ଡକୈତର କୋଠା ଭାବେ ଦେଖାଯାଇଛି , ତାହା କୌଣସି ସେଟ୍ ନୁହେଁ , ବରଂ ପଞ୍ଜାବରେ ଥିବା ଏକ ଐତିହାସିକ ବିଲ୍ଡିଂ। ବାସ୍ତବରେ ଲୋକେ ଏହାକୁ ‘ଲାଲ୍ କୋଠି’ କୁହନ୍ତି। ଆସନ୍ତୁ ଜାଣିବା ଏହି ଲାଲ୍ କୋଠିର ଇତିହାସ ଓ ଏହାର ବିଶେଷତ୍ୱ ବିଷୟରେ।

କେଉଁଠି ଅଛି ରେହମାନ ଡକୈତର କୋଠା ?

ଲାଲ କୋଠି ପଞ୍ଜାବର ଅମୃତସରରେ ରହିଛି, ଯାହାକୁ ଫିଲ୍ମ ‘ଧୁରନ୍ଧର’ରେ ରେହମାନ ଡକୈତର କୋଠା ଭାବେ ଦେଖା ଯାଇଛି। କାରଣ ଏହି କୋଠାର ରଙ୍ଗ ଲାଲ୍ , ଏଥିପାଇଁ ଏହାର ନାମ ମଧ୍ୟ ଲାଲ୍ କୋଠି ହିଁ ହୋଇଛି। ଏହି କୋଠିର ଇତିହାସ ବିଷୟରେ ଗାନ୍ଧୀ ଆଶ୍ରମର ଆସିଷ୍ଟାଣ୍ଟ ସେକ୍ରେଟାରୀ ବଲବିନ୍ଦର ସିଂହ ବିବିସି ହିନ୍ଦୀକୁ କହିଛନ୍ତି , ଏହାକୁ ଗାନ୍ଧୀ ଆଶ୍ରମ ସଂସ୍ଥା ୧୯୭୭-୧୯୭୮ର ଆଖାପାଖ ୭ ଲକ୍ଷ ଟଙ୍କାରେ କିଣି ଥିଲା। ଏହାପରେ ଅନେକ ଫିଲ୍ମ ଲୋକେ ଏଠାକୁ ସୁଟିଂ କରିବାକୁ ଆସନ୍ତି। ଅନେକ ଲୋକ ପ୍ରି-ୱେଡିଂ କରିବା ପାଇଁ ଏଠାକୁ ଆସନ୍ତି।

ରିପୋର୍ଟ ମୁତାବିକ, ଗାନ୍ଧୀ ଆଶ୍ରମର ଏହି କୋଠାରେ ଖଦୀ ଜିନିଷ ମଧ୍ୟ ତିଆରି ହୁଏ। ଲାଲ୍ କୋଠୀକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଲୋକେ ଆସନ୍ତି। ଲାଲ୍ କୋଠିର କେୟାର ଟେକର ବିଆର ଯାଦବ ଏହା ବିଷୟରେ କହିଛନ୍ତି ଯେ, ଏହା ଭିତରୁ ପରସ୍ପର ଭିତରେ ଲାଗି ରହିଛି। ଅର୍ଥାତ୍ ଯଦି ପୁଣି ଥରେ ଆପଣ ଏହି କୋଠି ଭିତରକୁ ନିଜେ ଯିବେ , ତ ଏହାର କୌଣସି ବି ଦ୍ୱିତୀୟ ଭାଗକୁ ଯିବା ପାଇଁ ଆପଣଙ୍କୁ ବାହାରକୁ ଆସିବାର ଆବଶ୍ୟକ ନାହିଁ, ଆପଣ ଭିତରୁ ହିଁ ଏହାର କୌଣସି ବି ଭାଗରେ ପହଞ୍ଚି ପାରିବେ। ଏହାସହ ଏହାକୁ ଏହିପରି ତିଆରି କରାଯାଇଛି ଯେ, ଏହାକୁ ତିଆରି କରିବାରେ ସିମେଣ୍ଟର ବ୍ୟବହାର କରାଯାଇ ନାହିଁ।

ଧୁରନ୍ଧରର ସିନ୍ କୋଠିରେ ସୁଟିଂ 

ଫିଲ୍ମରେ ଅକ୍ଷୟ ଖାନ୍ନାଙ୍କର ବାବୁ ଡକୈତକୁ ମାରିବା ପୂର୍ବରୁ ନିଜର କୋଠା ପାଖରେ ବସି ପିଲାଙ୍କୁ ଖେଳିବାର ନଜର ଆସିଥିଲାଷ ଆଇଏସଆଇ ସହ ନକଲି ନୋଟ୍ର ଡିଲ୍ କ୍ରାକ୍ କରି ଘରକୁ ଫେରିବା ଓ ହମଜ ସହ କଥାବାର୍ତ୍ତା ହେବାର ଅନେକ ସିନ୍ ଥିଲା , ଯାହାର ସୁଟିଂ ଏହି କୋଠିରେ କରାଯାଇ ଥିଲା। ଅଧିକାଂଶ ଲୋକଙ୍କୁ ଏହା କୌଣସି ଏକ ସୁନ୍ଦର ସେଟ୍ ଭଳି ମନେ ହୋଇଥିବ , କିନ୍ତୁ ଆପଣ କଣ ଭାବିଥିଲେ ଏହି ସୁନ୍ଦର ମନୋରମ ବିଲ୍ଡିଂଟି ବାସ୍ତବରେ ଥାଇପାରେ ?