LIVE TV

ଭକ୍ତଙ୍କ ବିଭୀଷଣ ମନ୍ତବ୍ୟ ପରେ କଂଗ୍ରେସରେ ମୁଣ୍ଡ ଟେକିଲା ବିବାଦ, କାର୍ଯ୍ୟାନୁଷ୍ଠାନ ଦାବି କଲେ ମୋକିମ

NEWS7
delhi-police-rescued-tajinder-pal-singh-bagga-from-punjab-police-ruckus

ଭୁବନେଶ୍ଵର: ପିସିସି ସଭାପତି ଭକ୍ତ ଦାସଙ୍କ ବିଭୀଷଣ ମନ୍ତବ୍ୟ ପରେ କଂଗ୍ରେସରେ ବିବାଦ ମୁଣ୍ଡ ଟେକିଛି। ଖୋଦ ସଭାପତିଙ୍କ ବିରୋଧରେ ବରିଷ୍ଠ ନେତା ମହମଦ ମୋକିମ ଶୃଙ୍ଖଳା କମିଟି ଅଧକ୍ଷଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଲେଖ ରହିଛି କି ନୂଆପଡା ଉପନିର୍ବାଚନରେ ବଡ଼ ବ୍ୟବଧାନରେ ବିଜେପି ଠାରୁ ପରାଜୟ ପରେ ଦଳର ମୁଖିଆ ହିସାବରେ ଭକ୍ତ ଦାସ ନୈତିକ ଦାୟିତ୍ୱ ନ ନେଇ କିଛି ନେତାଙ୍କୁ ଟାର୍ଗେଟ କରି ବିଭୀଷଣ କହିବା ଠିକ ହେଇ ନାହିଁ। ଏହା ତାଙ୍କର ଦାୟିତ୍ୱହୀନ ବିବୃତ୍ତି।

କଂଗ୍ରେସ ଦଳର ଶୃଙ୍ଖଳିତ ସଦସ୍ୟ ସେ। କିଛି ଗଣମାଧ୍ୟମରେ ମୋକିମ ନାଁ ନେଇ ଖବର ପ୍ରକାଶ ପାଇଥିଲା। ଯାହାକୁ ନେଇ ମୋକିମ ଅଭିଯୋଗ ଆଣିଛନ୍ତି। ଅଭିଯୋଗର ଆଧାର ନାହିଁ, ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। କଂଗ୍ରେସ ଇତିହାସରେ କେବେ ଏମିତି ଘଟଣା ହୋଇନି। ମୋକିମ କହିଛନ୍ତି କି ଏଭଳି ମନ୍ତବ୍ୟ ଦେବା ସଭାପତିଙ୍କ ଦଳ ବିରୋଧୀ କାର୍ଯ୍ୟକଳାପ ବୋଲି ଅନୁଭବ ହୁଏ। ତେଣୁ ଦଳୀୟ ସମ୍ବିଧାନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।

ସୂଚନାଯୋଗ୍ୟ, ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କଠୁ କଂଗ୍ରେସ ଓ ବିଜେଡିର ପ୍ରାର୍ଥୀ ୮୦ ହଜାରରୁ ଉର୍ଦ୍ଧ୍ଵ ଭୋଟରେ ପରାଜିତ ହୋଇଥିଲେ। କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଥିଲା। ଏହି ନିର୍ବାଚନରେ କଂଗ୍ରେସ ହିଁ ସର୍ବପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିଲା ଏବଂ କ୍ୟାମ୍ପେନିଂ ଆରମ୍ଭ କରିଥିଲା। ହେଲେ ଦଳକୁ ୪୦ ହଜାର ଭୋଟ୍ ମିଳିଥିଲା। ଏହି ପରାଜୟ ପରେ ପିସିସି ସଭାପତି ଭକ୍ତ ଦାସ ଦଳରେ କିଛି ବିଭୀଷଣ ଥିବା କହିଥିଲେ। ତାଙ୍କର ଏହି ମନ୍ତବ୍ୟକୁ ନେଇ ଏବେ କଂଗ୍ରେସରେ ବିବାଦ ଦେଖା ଦେଇଛି।