LIVE TV
LIVE TV

ସମୁଦ୍ର ଆଁରେ ୬ ଜିଲ୍ଲାର ଉପକୂଳବର୍ତ୍ତୀ ଗାଁ, କେନ୍ଦ୍ରାପଡ଼ାରେ ସବୁଠୁ ଅଧିକ; ବିଧାନସଭାରେ ପରିବେଶ ମନ୍ତ୍ରୀଙ୍କ ସୂଚନା

NEWS7
delhi-govt-approves-mahila-samridhi-yojana-to-provide-rs-2500-to-women

ଭୁବନେଶ୍ୱର ୦୨।୧୨: ସମୁଦ୍ର ଆଁରେ ୬ ଜିଲ୍ଲାର ଉପକୂଳବର୍ତ୍ତୀ ଗାଁ । କେନ୍ଦ୍ରାପଡ଼ାର ୧୯, ଗଞ୍ଜାମର ୧୪, ପୁରୀ ଜିଲ୍ଲାର ୬ ଗାଁର ଅନେକାଂଶ ସମୁଦ୍ରରେ ବିଲୀନ ହୋଇଯାଇଛି । ଏହି ସବୁ ଗାଁ ୧୯୯୦ରୁ ୨୦୨୮ ମଧ୍ୟରେ ସମୁଦ୍ର ମାଡ଼ି ଆସିବା ଦ୍ୱାରା ଏପରି ପ୍ରଭାବିତ ହୋଇଛନ୍ତି । ସେହିପରି ରାଜନଗର ବ୍ଲକର ସାତଭାୟା, କାହ୍ନୁପୁରୁ, ବରାହିପୁର, ମଗରକଣ୍ଡା ଓ ରବିନ୍ଦ୍ରପାଲି ଲୋକଙ୍କୁ ବଗପାଟିଆରେ ଥଇଥାନ କରାଯାଇଛି । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରର ୧୪୦.୭୩ ହେକ୍ଟର ଜମି ସମୁଦ୍ର ମାଡ଼ି ଆସିବା ଦ୍ୱାରା ଅବକ୍ଷୟ ହୋଇଛି । ସମୁଦ୍ରକୁ ରୋକିବା ଲାଗି ଅଧିକରୁ ଅଧିକ ହେନ୍ତାଳ ବଣ ସୃଷ୍ଟି କରାଯାଉଛି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ଜଙ୍ଗଲର ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ।