କୌଣସି ପ୍ରମାଣ ପାଇଲାନି CBI , ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଦୁର୍ନୀତି ମାମଲା ବନ୍ଦ କଲେ କୋର୍ଟ

Published By : Prameya-News7 Bureau | August 04, 2025 IST

ନୂଆଦିଲ୍ଲୀ : ଦିଲ୍ଲୀ କୋର୍ଟ ସୋମବାର ଆମ୍‌ ଆଦମୀ ପାର୍ଟି( ଆପ୍‌)ର ନେତା ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଚାଲିଥିବା ଦୁର୍ନୀତି ମାମଲାକୁ ବନ୍ଦ କରି ଦେଇଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଏହି ମାମଲାରେ କୌଣସି ପ୍ରକାରର ବେଆଇନ ଲାଭର କୌଣସି ପ୍ରମାଣ ମିଳି ନାହିଁ। ରାଉଜ ଆଭେନ୍ୟୁ କୋର୍ଟଙ୍କ ସ୍ୱତନ୍ତ୍ର ବିଚାରପତି (ପିସି ଆକ୍ଟ) ଡିଗ୍‌ ବିନୟ ସିଂହ ସିବିଆଇର କ୍ଲୋଜର ରିପୋର୍ଟ (ମାମଲା ବନ୍ଦ କରିବା ରିପୋର୍ଟ)କୁ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ , ଚାରି ବର୍ଷର ତଦନ୍ତ ପରେ ମଧ୍ୟ ଜୈନଙ୍କ ବିରୁଦ୍ଧରେ ଦୁର୍ନୀତିର କୌଣସି ପ୍ରମାଣ ମିଳି ନାହିଁ। 

କୋର୍ଟ କହିଛନ୍ତି, ଯେଉଁ ଅଭିଯୋଗ କରାଯାଇଛି ଏବଂ ଯେଉଁ ତଥ୍ୟାତ୍ମକ ପୃଷ୍ଠଭୂମି ଅଛି, ତାହା ଆଗାକୁ ତଦନ୍ତ ବା କାର୍ଯ୍ୟାଷ୍ଠାନ ଆରମ୍ଭ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ। ଆଇନ ସ୍ପଷ୍ଟ ଭାବେ କହିଥାଏ ଯେ, ସନ୍ଦେହ ପ୍ରମାଣର ବିକଳ୍ପ ହୋଇ ପାରିବ ନାହିଁ । ଏହା ମଧ୍ୟ ଧ୍ୟାନ ଦେବା ଯୋଗ୍ୟ ଯେ,   କୌଣସି ସନ୍ଦେହରେ କାହାକୁ ଦୋଷୀ ସାବ୍ୟସ୍ତ କରିବା ଯଥେଷ୍ଟ ନୁହେଁ । ଆଗକୁ ବଢିବା ପାଇଁ ଅତି କମ୍‌ରେ ଦୃଢ ପ୍ରମାଣର ଆବଶ୍ୟ ହୋଇଥାଏ।

ଆପ୍‌ର ନେତାଙ୍କ ଉପରେ ଅଭିଯୋଗ ଲାଗିଥିଲା ଯେ, ଯେବେ ବି ଦିଲ୍ଲୀ ସରକାରରେ ଲୋକ ନିର୍ମାଣ ବିଭାଗ (PWD) ମନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ , ତ ତାଙ୍କୁ ଆଉଟସୋର୍ସିଂ ମାଧ୍ୟମରେ PWD ପାଇଁ ୧୭ ଜଣିଆ ପରାମର୍ଶଦାତା ଟିମ୍‌କୁ ନିଯୁକ୍ତ କରିବାକୁ ଅନୁମୋଦନ ଦେଇଥିଲେ। ଏମିତି କରି ସତ୍ୟେନ୍ଦ୍ର ଜୈନ ମାନକ ସରକାରୀ ନିଯୁକ୍ତି ପ୍ରକ୍ରିୟାକୁ ଏଡାଇ ଦେଇଥିଲେ। ସତର୍କତା ବିଭାଗ ଏକ ଅଭିଯୋଗ ରୁଜୁ କରି ଥିଲା , ଯାହାର ଆଧାରରେ ମେ ମାସ ୨୦୧୯ରେ ଜୈନଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇ ଥିଲା। 

ଚାରି ବର୍ଷର ତଦନ୍ତ ପରେ ସିବିଆଇ ଜାଣିବାକୁ ପାଇଥିଲା ଯେ, ବିଭାଗର ତତ୍କାଳ ଆବଶ୍ୟକତା କାରଣରୁ ବୃତ୍ତିଗତଙ୍କ ନିଯୁକ୍ତି ଆବଶ୍ୟକ ଥିଲା ଏବଂ ଏହା ଯେ  ନିଯୁକ୍ତ ପ୍ରକ୍ରିୟା ସ୍ୱଚ୍ଛ ଓ ପ୍ରତିଯୋଗିତାମୂଳକ ଥିଲା। ଏଜେନ୍ସି କହିଥିଲା ଯେ, ତାଙ୍କୁ ଦୁର୍ନୀତି , ଅପରାଧିକ ଷଡ଼ଯନ୍ତ୍ର , ଅନୁଚିତ ଲାଭ ବା ବ୍ୟକ୍ତିଗତ ଲାଭର କୌଣସି ପ୍ରମାଣ ମିଳି ନାହିଁ। କ୍ଲୋଜର ରିପୋର୍ଟ ଉପରେ ବିଚାର କରିବା ପରେ କୋର୍ଟ ଏହାକୁ ସ୍ୱୀକାର କରି ନେଇଛନ୍ତି ଏବଂ ମାମଲା ବନ୍ଦ କରିଦିଆ ଯାଇଛି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଯଦି କାହା ବିରୁଦ୍ଧରେ କୌଣସି ନୂଆ ସାମଗ୍ରୀ ମିଳେ, ତ ସିବିଆଇ ମାମଲାର ଆଉଥରେ ତଦନ୍ତ କରିବାକୁ ମୁକ୍ତ ରହିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.