LIVE TV

ପୋଲିସ ଓ ଗଞ୍ଜେଇ ମାଫିଆଙ୍କ ଲୁଚକାଳି : ୭ ମାସ ପରେ ଗଞ୍ଜେଇ ମାମଲାରେ ଧରାପଡିଲେ ରେଙ୍ଗାଲି ସରପଞ୍ଚଙ୍କ ସ୍ୱାମୀ

NEWS7
delhi-congress-seeks-kejriwals-resignation-for-demanding-lakshmi-ganesha-pics-on-currency-notes

ବୌଦ୍ଧ ୧୦: ଗଞ୍ଜେଇ ଚାଲାଣ ମାମଲାରେ ସରପଞ୍ଚଙ୍କ ସ୍ବାମୀ ଗିରଫ । ରେଙ୍ଗାଲି ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ପ୍ରମୋଦ ରଣା ଗିରଫ । ପ୍ରମୋଦଙ୍କୁ ଗିରଫ କଲା କଣ୍ଟାମାଳ ପୋଲିସ । ମାମଲାର ୭ ମାସ ପରେ ଗିରଫ ହେଲା ଅଭିଯୁକ୍ତ । ଗତ ମାର୍ଚ୍ଚ ମାସରେ ବୌଦ୍ଧ ବ୍ରିଜ୍ ଛକ ଠାରେ ୮ କ୍ଵିଣ୍ଟାଲ ୩୭ କେଜି ଗଞ୍ଜେଇ ଧରିଥିଲା ପୋଲିସ । ଗଞ୍ଜେଇ ଛାଡ଼ି ଫେରାର ମାରିଥିଲେ ଅଭିଯୁକ୍ତ ।

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସରେ କଣ୍ଟାମାଳ ଅଞ୍ଚକରୁ ବୌଦ୍ଧ ଆଠମଲ୍ଲିକ ଦେଇ କୋଲକାତାକୁ ଏକ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ସେହି ସମୟରେ ବୌଦ୍ଧ ପୋଲିସ ଗଞ୍ଜେଇ ଭର୍ତ୍ତି ଗାଡିକୁ ବ୍ରିଜ୍ ଛକରେ ଅଟକାଇବାରୁ ଡ୍ରାଇଭର ଓ ମାଫିଆ ଉଭୟେ ଦୌଡ଼ି ଫେରାର ମାରିଥିଲେ । ଯାଞ୍ଚ ପରେ ଉକ୍ତ ଗାଡ଼ିରୁ ୮ କ୍ୱିଣ୍ଟାଲ ୩୭ କେଜି ଗଞ୍ଜେଇ ମିଳିଥିଲା । ଏ ନେଇ ବୌଦ୍ଧ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କଲା ପରେ ଏହା କଣ୍ଟାମାଳ ଥାନା ରେଙ୍ଗାଲି ସରପଞ୍ଚଙ୍କ ସ୍ୱାମୀ ପ୍ରମୋଦ ରଣାଙ୍କ ଗଞ୍ଜେଇ ବୋଲି ଜାଣିବାକୁ ପାଇଥିଲା ପୋଲିସ ପ୍ରମୋଦକୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ଧରିବାରେ ବିଫଳ ହୋଇଥିଲା ପୋଲିସ । ତେବେ ଦୀର୍ଘ ୭ ମାସର ପୋଲିସ ଓ ଗଞ୍ଜେଇ ମାଫିଆର ଲୁଚକାଳି ପରେ ଶେଷରେ ଧରାପଡ଼ିଛି ଗଞ୍ଜେଇ ମାଫିଆ । କଣ୍ଟାମାଳ ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ପ୍ରମୋଦକୁ କଣ୍ଟାମାଳ ସ୍ଥିତ ତାଙ୍କ ପେଟ୍ରୋଲ ପମ୍ପ ନିକଟରୁ ଗିରଫ କରିଛି ଏବଂ ଗିରଫ ପରେ ପ୍ରମୋଦଙ୍କୁ ବୌଦ୍ଧ ଥାନାରେ ହାଜର କରାଯାଇଛି । ତେବେ ପ୍ରମୋଦକୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି ।