ମାଓ ମୁକ୍ତ ହେଲା ରାୟଗଡ଼ା ଜିଲ୍ଲା, ଭୁଶୁଡିଲା ମାଓବାଦୀଙ୍କ ଶେଷ ଗଡ଼

NEWS7
delhi-cms-name-to-be-finalised-on-monday

ରାୟଗଡ଼ା ୦୭।୦୨ : ଭୁଶୁଡୁଛି ଲାଲ୍ ଗଡ଼ । ପ୍ରଥମ ମାଲକାନଗିରି, ପରେ କୋରାପୁଟ, ବୌଦ୍ଧ, ଆଉ ଏବେ ରାୟଗଡ଼ା ଜିଲ୍ଲା ମାଓ ମୁକ୍ତ ହୋଇଛି । ରାୟଗଡ଼ା ଜିଲ୍ଲା ପୁରା ମାଓ ମୁକ୍ତ ଅଞ୍ଚଳ ହୋଇଥିବା ନେଇ ଏଡିଜି ସଂଜୀବ ପଣ୍ଡା ଘୋଷଣା କରିଛନ୍ତି । ରାୟଗଡ଼ାରେ ଅନୁଷ୍ଠିତ ଏକ ପ୍ରେସମିଟ୍ ଜରିଆରେ ସଂଜୀବ ପଣ୍ଡା ଏହି ସୂଚନା ଦେଇଛନ୍ତି ।

ଏ ଖବର ବି ପଢ଼ନ୍ତୁ:-ଯୌନ ନିର୍ଯାତନା ଅଭିଯୋଗରେ ଅଧ୍ୟାପକ ନିଲମ୍ବିତ, ଆସିନାହିଁ ତଦନ୍ତ ରିପୋର୍ଟ

ଖବର ଅନୁଯାୟୀ, ୧୫ ଜଣ ମାଓବାଦୀ ଓଡ଼ିଶା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ବାଂଶଧରା ଘୁମୁସୁର ନାଗାବଳି ଡିଭିଜନର ଦୁଇ ହାର୍ଡକୋର ମାଓବାଦୀ ନିଖିଲ ଓ ଇନ୍ଦୁ ରହିଛନ୍ତି । ଏହି ଦମ୍ପତ୍ତିଙ୍କ ସହ ଅନ୍ୟ ୧୩ ଜଣେ ହେଲେ ବିକାଶ, ସୁନ୍ଦର, ପ୍ରଦୀପ, ରୋସନି, ଅରୁଣା, ନନ୍ଦେ, ନିକିତା, କୁମାରୀ, ଦୀପକ, ରାକେଶ, ଲଳିତ୍, ରାଜେ ଏବଂ ମାଳତୀ ରହିଛନ୍ତି । ଇନ୍ଦୁ ଓ ନିଖିଲ ଦୁଇ ଜଣ ରାଜ୍ୟ କମିଟି ସଦସ୍ୟ ରହିଥିବା ବେଳେ ସେମାନଙ୍କ ମୁଣ୍ଡ ଉପରେ ଏକ କୋଟି ଦଶ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରହିଥିଲା । ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ନିୟମଗିରି ପାଦଦେଶରେ ରହି ବାଘୁନା ଡିଭିଜନକୁ ପରିଚାଳନା କରୁଥିଲେ । ଆଗକୁ ଜଳ,ଜମି ଓ ଜଙ୍ଗଲ ସୁରକ୍ଷା ପାଇଁ କାମ କରିବେ ବୋଲି କହିଛନ୍ତି।

ଏ ଖବର ବି ପଢ଼ନ୍ତୁ:-ଏଇ ବୋଧେ ଶେଷ ଦେଖା'... ମଞ୍ଚକୁ ଚଢିଲେନି ସାଇ ଓ ପାୟଲ

ଅନ୍ୟପଟେ ଆଜିଠାରୁ ରାୟଗଡା ଜିଲ୍ଲା ମାଓମୁକ୍ତ ହୋଇଛି ବୋଲି ଏଡିଜି ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି। ମାଓବାଦୀ ମାନେ ହିଂସାକାଣ୍ଡରେ ବ୍ୟବହାର କରୁଥିବା ୨ଟି ଏକେ-୪୭, ଏସଏଲଆର୍ ୫ଟି,ଷ୍ଟେନଗନ୍ ୧,ଇନସାସ୍ ୧,ରାଇଫଲ ୧ ସହ ଅଫୁଟା ଗୁଳି ପୋଲିସକୁ ହସ୍ତାନ୍ତର କରିଛନ୍ତି। ଏହି ପ୍ରେସ୍ମିଟ୍ରେ ସିଆରପିଏଫ୍ ଆଇଜି ଅମିତେନ୍ଦ୍ରନାଥ ସିଂହା, ଦକ୍ଷିଣ ପଶ୍ଚିମ ଡିଆଇଜି କନଓ୍ୱର ବିଶାଳ ସିଂହ, ରାୟଗଡ଼ା ଏସ୍ପି ସ୍ୱାତି ଏସ୍ କୁମାର, କଳାହାଣ୍ଡି ଏସ୍ପି ଦେବରାଜ ନାଗାର କୋଣ୍ଡା, କନ୍ଧମାଳ ଏସ୍ପି ହରିଶ୍ ବିଶି ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ ।

ଏ ଖବର ବି ପଢନ୍ତୁ:- ରୂପା ମୂଲ୍ୟରେ ବଡ଼ ଧରଣ ହ୍ରାସ, ବଜାରରେ ହଇଚଇ