ଗୋଟିଏ ମଞ୍ଚରେ ଜବରଦସ୍ତ ନାଚିଲେ ମହୁଆ, ସୁପ୍ରିୟା ଓ କଙ୍ଗନା: ମଡର୍ଣ୍ଣ ଡାନ୍ସ ଦେଖି ତାତିଲେ ଲୋକେ

NEWS7
delhi-bandh-today-over-pahalgam-attack

ନୂଆଦିଲ୍ଲୀ:ରାଜନେତାମାନେ ନିଜର ରାଜନୀତି ଚମକାଇବା ପାଇଁ ସବୁବେଳେ ଅପରକୁ ସମାଲୋଚନା କରୁଥିବାର ଆପଣ ଦେଖିଥିବେ। ସଡ଼କ ଠାରୁ ନେଇ ସଂସଦ ପର୍ଯ୍ୟନ୍ତ ଜଣେ ଅନ୍ୟର ନୀତିକୁ ସମାଲୋଚନା କରନ୍ତି। ଆଉ ଲୋକେ ଏହାକୁ ସତ ମଣି ନିଜ ନିଜ ମଧ୍ୟରେ ମାର୍ପିଟ ଲାଗନ୍ତି। ଲଢ଼େଇ କରନ୍ତି।

ହେଲେ ଏସବୁ କେବଳ ରାଜନୀତି ରଙ୍ଗମଞ୍ଚରେ ଦେଖିବାକୁ ମିଳେ। ହେଲେ ରାଜନୀତିର ବାହାରେ ବ୍ୟକ୍ତିଗତ ଜୀବନରେ କିନ୍ତୁ ନେତାମାନଙ୍କର ଜୀବନ ପୂରା ଓଲଟା। ଏକାଠି ମଜା ମସ୍ତି, ଏକାଠି ଖଟି ପାର୍ଟି, ସବୁ ଚାଲେ।ଆଉ ଏହି ଦୃଶ୍ୟ ଜନତାଙ୍କ ସାମ୍ନାକୁ ଆସିଲେ ନେତାଙ୍କ ପାଇଁ ନୀତି ଭୁଲି ପରସ୍ପରକୁ ମାର୍ପିଟ୍ ଲାଗିଥିବା ଜନତାର ହୋସ୍ ପଶେ। ତା ପରେ ନାନା କଥା ନାନା ସମାଲୋଚନା।

ନିକଟରେବିଜେପି ସାଂସଦ ତଥା ଶିଳ୍ପପତି ନବୀନ ଜିନ୍ଦଲଙ୍କ ଝିଅ ବାହାଘରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ରାଜନୀତିରେ ଘୋର ବିରୋଧୀ ଟିଏମ୍ସି ଏନ୍ସିପି ଓ ବିଜେପି ନେତା ଓ ନେତ୍ରୀମାନେ ଗୋଟିଏ ମଞ୍ଚରେ ଖୁବ୍ ନାଚଗୀତ କରିଥିଲେ। ବଲିଉଡ ମ୍ୟୁଜିକ୍ ତାଳେ ତାଳେ ଷ୍ଟେପ୍ ମିସାଇ ଡାନ୍ସ କରିଥିଲେ ଟିଏମ୍ସି ସାଂସଦ ମହୁଆ ମୋଇତ୍ର, ଏନ୍ସିପି ସୁପ୍ରିୟା ସୁଲେ ଓ ବିଜେପି ନେତ୍ରୀ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ।