ଇରାନ ଯୁଦ୍ଧ ମଧ୍ୟରେ OPEC+ଙ୍କ ବଡ଼ ନିଷ୍ପତ୍ତି, ବଢାଇବେ ତୈଳ ଉତ୍ପାଦନ

NEWS7
delhi-aiims-withdraws-order-regarding-special-medical-care-arrangements-for-sitting-mps

ବଗଦାଦ ୧।୩: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଓପିଇସି ପ୍ଲସ୍ ଦେଶମାନେ ଉତ୍ପାଦନ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ତୈଳ ଉତ୍ପାଦକଙ୍କ ଏହି ସମୂହ ରବିବାର ଧାର୍ଯ୍ୟ କରିଛନ୍ତି ଯେ ଉତ୍ପାଦନକୁ ଅନୁମାନରୁ ଅଧିକ ବୃଦ୍ଧି କରାଯିବ। ଓପିଇସି ପ୍ଲସ୍ ର ଭଲେଣ୍ଟ୍ରି ଏଇଟ୍ (ଭି-୮) ସମୂହ ଯେଉଁଥିରେ ସାଉଦୀ ଆରବ, ଋଷିଆ, କ୍ୱେତ, ଓମାନ, ଇରାକ ଓ ୟୁଏଇ ଭଳି ବଡ଼ ତୈଳ ଉତ୍ପାଦକ ଦେଶ ଅଛନ୍ତି। ଏମାନେ ଦୈନିକ ୨.୦୬ଲକ୍ଷ ବ୍ୟାରଲ ତୈଳ ଉତ୍ପାଦନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ଏହି ନିଷ୍ପତ୍ତି ଏପ୍ରିଲ ମାସରୁ କାର୍ଯ୍ୟକାରୀ ହେବ।

ତେବେ ଓପିଇସି ପ୍ଲସର ଏହି ଅଧିକାରୀକ ବୟାନରେ ଇରାନ ଯୁଦ୍ଧର ଉଲ୍ଲେଖ କରାଯାଇନି। ବରଂ ବୈଶ୍ୱିକ ଅର୍ଥ ବ୍ୟବସ୍ଥାର ସ୍ଥିର ସ୍ଥିତି ଓ ମଜଭୁତ ବଜାର ଚାହିଦାକୁ କାରଣ ବୋଲି କୁହାଯାଇଛି। ହେଲେ ଏହା ପୂର୍ବରୁ ବିଶେଷଜ୍ଞ ଦୈନିକ ଉତ୍ପାଦନ ୧.୩୭ଲକ୍ଷ ବ୍ୟାରଲ ହେବ ବୋଲି ଅନୁମାନ କରିଥିଲେ। ତେବେ ରିଷ୍ଟେଡ ଏନର୍ଜୀ ବିଶ୍ଲେଷକ ଜର୍ଜ ଲିୟୋନ କହିଛନ୍ତି ଯେ ଉତ୍ପାଦନ ବୃଦ୍ଧି ସତ୍ତ୍ୱେ ଯୁଦ୍ଧ ଯୋଗୁ ମୂଲ୍ୟରେ ହେବାକୁ ଥିବା ବୃଦ୍ଧିକୁ ରୋକାଯାଇ ପାରିବନି। କାରଣ ସବୁଠୁ ବଡ଼ ଚିନ୍ତାର କାରଣ ହେଉଛି ଷ୍ଟ୍ରେଟ୍ ଅଫ ହରମୁଜ ।

ଏହି ଜଳ ମାର୍ଗଦେଇ ବିଶ୍ୱର ଏକ ଚତୁର୍ଥାଂଶ ତୈଳ ସପ୍ଲାଇ ଯାଇଥାଏ। ରିପୋର୍ଟସ ଅନୁସାରେ ଇରାନ ରିଭଲ୍ୟୁସନାରୀ ଗାର୍ଡ ଏହି ଜଳମାର୍ଗ ବନ୍ଦ କରାଯାଇ ପାରେ ବୋଲି ଚେତାବନୀ ଦେଇଛି। ଇରାନ ସରକାରୀ ଟେଲିଭିଜନ ଅନୁସାରେ ଏହି ମାର୍ଗ ଦେଇ ସପ୍ଲାଇ ନେଇ ଯାଉଥିବା ଏକ ଟ୍ୟାଙ୍କର ଜାହାଜ ଉପରେ ମିଜାଇଲ ଆକ୍ରମଣ ହେଲା ଓ ଜାହାଜବୁଡି ଯାଇଛି। ଏଣୁ ବିଶେଷଜ୍ଞଙ୍କ ଅନୁସାରେ ଯଦି ହର୍ମୁଜ ତୈଳ ଯୋଗାଣ ବନ୍ଦ ହେଲା ତେବେ ଓପେଇସି ପ୍ଲସ୍ ଙ୍କ ଉତ୍ପାଦନ ବଢାଇବା ନିଷ୍ପତ୍ତିର କୌଣସି ଫଳ ମିଳିବ ନାହିଁ। କାରଣ ବର୍ତ୍ତମାନ ସମୟର ସବୁଠୁ ବଡ଼ ରିସ୍କ ହେଲା ସପ୍ଲାଇ ଓ ଟ୍ରାନ୍ସପୋର୍ଟ।

ମିଜାଇଲ ଆକ୍ରମଣ ଡର, ବୀମା କମ୍ପାନୀ ଜାହାଜଙ୍କ କଣ୍ଟ୍ରାକ୍ଟ ରଦ୍ଦ କରିବା ଓ ଇଲେକ୍ଟ୍ରନିକ୍ ସିଷ୍ଟମରେ ବାଧା କାରଣରୁ ସିପିଂ କମ୍ପନୀ ଏହି ମାର୍ଗରୁ ବର୍ତ୍ତିବା ଆରମ୍ଭ କରିଦେଲେଣି। ବିଶ୍ଲେଷକଙ୍କ ଅନୁସାରେ ଯଦି ଷ୍ଟ୍ରେଟ୍ ଅଫ ହର୍ମୁଜ କିଛି ଦିନ ପାଇଁ ବନ୍ଦ ହୁଏ ତେବେ ଏହା ସବୁଠୁ ସଙ୍କଟଜନକ ପରିସ୍ଥିତି ହେବ। ଇଣ୍ଡଷ୍ଟ୍ରି ଅନୁମାନ ଅନୁସାରେ ଯୁଦ୍ଧ ପୂର୍ବର ତୈଳ ମୂଲ୍ୟ ପ୍ରତି ବ୍ୟାରଲ ୭୨ ଡଲାରରୁ ବଢି ୧୨୦ରୁ ୧୫୦ ଡଲାରକୁ ପହଞ୍ଚି ଯାଇପାରେ।

ତେବେ ତେଲ ମହଙ୍ଗା ହେବା ଓପିଇସି ପ୍ଲସ୍ ଦେଶଙ୍କ ଲାଗି ଳାଭଜନକ ହୋଇପାରେ।ହେଲେ ଏହା ଯୋଗୁ ଆମେରିକା, କାନାଡ଼ା ଓ ବ୍ରାଜିଲ ଭଳି ଅନ୍ୟ ତୈଳ ଉତ୍ପାଦକଙ୍କୁ ଅଧିକ ତୈଳ ଉତ୍ପାଦନ ନିମନ୍ତେ ସୁଯୋଗ ମିଳିପାରେ। ବିଶେଷଜ୍ଞଙ୍କ ଅନୁସାରେ ଓପିଇସି ପ୍ଲସ୍ ଦେଶଙ୍କ ଲାଗି ବ୍ୟାରଲପିଛା ତୈଳ ମୂଲ୍ୟ ୮୦ରୁ ୯୦ ଡଲାର ମଧ୍ୟରେ କାରବାର ହେବା ଅତ୍ୟନ୍ତ ଲାଭଜନକ। ଏଥିରେ ୭୦ ଡାଲର ପ୍ରତି ବ୍ୟାରଲ କାରବାର ହେଲେ ତୈଳର ଏହା ଆଦର୍ଶସ୍ଥିତି। ହେଲେ ଏବେ ସାଉଦୀ ଆରବ ଓ ୟୁଏଇ ହିଁ ଦୁଇ ଦେଶ ଯେଉଁମାନେ ଆବଶ୍ୟକ ପଡିଲେ ଉତ୍ପାଦନ ବଢାଇ ପାରିବେ।

Also Read..

E20 Petrol: ଏପ୍ରିଲ ଠାରୁ ଗାଡିରେ ପକାଇବେ ଇଥାନଲ ମିଶା ପେଟ୍ରୋଲ, ମାଇଲେଜ୍ କମିବ ନା ବଢିବ ? ଗାଡ଼ି ଖରାପ ହେବାର ବି ରହିଛି ଅଭିଯୋଗ