ଦିଲ୍ଲୀରେ ୫୫ ଲକ୍ଷ ଗାଡ଼ି ସ୍କ୍ରାପ୍; ପାର୍କିଂ ଓ ଇନ୍ଧନ ଉପରେ ଲାଗିବ ପ୍ରତିବନ୍ଧକ, ନୂଆ ନିର୍ଦ୍ଦେଶନାମା ଜାରି

Published By : Prameya-News7 Bureau | April 13, 2025 IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଉ ଗଡ଼ିବନି ପୁରୁଣା ଗାଡ଼ି । ରେଖା ସରକାର ପୁରୁଣା ଯାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ପରିବହନ ବିଭାଗ ଦ୍ବାରା ଜାରି ହୋଇଥିବା ଅଧିସୂଚନା ଅନୁଯାୟୀ, ୨୦୨୪ରୁ ଦିଲ୍ଲୀ ରାଜପଥରେ ଗଡ଼ୁଥିବା ୧୦ବର୍ଷ ପୁରୁଣା ଡିଜେଲ ଓ ୧୫ ବର୍ଷ ପୁରୁଣା ପେଟ୍ରୋଲ ବା ସିଏନଜି ଗାଡ଼ିଗୁଡ଼ିକର ପଞ୍ଜୀକରଣ ରଦ୍ଦ କରିଦିଆଯାଇଛି । ଫଳରେ ୫୫ ଲକ୍ଷରୁ ଅଧିକ ଗାଡ଼ି ସ୍କ୍ରାପରେ ପରିଣତ ହୋଇଛି । ତେବେ ଏଣ୍ଡ୍ ଅଫ୍ ଲାଇପ୍ ଗାଡ଼ିର ସୂଚୀ ପରିବହନ ବିଭାଗ ଓ୍ବେବସାଇଟ୍ ଅପଡେଟ୍ କରିଦେଇଛି । 

ଦିଲ୍ଲୀ ସରକାରଙ୍କ ଦ୍ବାରା ଜାରି ହୋଇଥିବା ନିର୍ଦ୍ଦେଶନାମାରେ ସାର୍ବଜନିକ ସ୍ଥାନ, ଯେଉଁଥିରେ ଘର ବାହାରେ ଛିଡ଼ା କରାଯାଉଥିବା ଗାଡ଼ିଗୁଡ଼ିକୁ ମଧ୍ୟ ସାମିଲ୍ କରାଯାଇଛି । ବାହାର ପାର୍କିଂ ହେଉଥିବା ଯାମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଦିଲ୍ଲୀ ସରକାର । 

ମାଲିକଙ୍କ ନିକଟରେ କ’ଣ ରହିଛି ବିକଳ୍ପ:

୧. ଘର ବାହାରେ ବା ସରକାରୀ ସ୍ଥାନରେ ପାର୍କିଂ କରାଯାଉଥିବା ଗାଡ଼ିଗୁଡ଼ିକ ମାଲିକ ମାନେ ନିଜସ୍ବ ଜାଗାରେ ରଖିବେ । 

୨. ଯେଉଁ ଗାଡ଼ିଗୁଡ଼ିକ ପଞ୍ଜୀକରଣ ଶେଷ ହୋଇଥିବା, ସେଗୁଡ଼ିକୁ ଏକ ବର୍ଷ ଭିତରେ ରାଜଧାନୀ ଦିଲ୍ଲୀରୁ ବାହାରକୁ ନେବା ପାଇଁ ନୋ-ଅବଜେକ୍ସନ ସାର୍ଟିଫିକେଟ୍ ନେବାକୁ ପଡ଼ିବ । 

୩. ଦିଲ୍ଲୀରେ ରେଜିଷ୍ଟ୍ରେସନ ଫେଲ୍ ହୋଇଥିବା ଯାନଗୁଡ଼ିକୁ ସ୍କ୍ରାପ୍ କରିବା ପାଇଁ ଭଲୁଣ୍ଟାରୀ ବେହିକିଲ୍ ସ୍କ୍ରାପିଂ ଅପ୍ଲିକେସନ ବ୍ୟବସ୍ଥା କରାଯାଇଛି । ଏହା ଦ୍ବାରା ପୁରୁଣା ବାହନ ଗୁଡ଼ିକୁ ସ୍କ୍ରାପ୍ କରିହେବ । ଏହି ପ୍ରକ୍ରିୟା ମାଧ୍ୟରେ ନୂଆ ଗାଡ଼ି ପଞ୍ଜୀକରଣ କଲେ ମୋଟର ଯାନ ଟ୍ୟାକ୍ସରେ ରିହାତି ମିଳିବାର ସୁବଧା କରିଛି । 

ଗାଡ଼ି ଚାଳକଙ୍କ ଉପରେ ଜୋରିମନା: 

ଅନ୍ୟପଟେ ପଞ୍ଜୀକରଣ ରଦ୍ଦ ହୋଇଥିବା ଗାଡ଼ିଗୁଡ଼ିକ ଦିଲ୍ଲାରେ ରାସ୍ତାରେ ଗଡ଼ିଲେ କିମ୍ବା ସାର୍ବଜନିକ ସ୍ଥାନରେ ପାର୍କିଂ ହେଲେ ପରିବହନ ବିଭାଗ ଜବତ କରିବା ସହିତ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଜୋରିମନାର ବ୍ୟବସ୍ଥା କରାଯାଇଛି । ଏହାଛଡ଼ା ଯାନ ଗୁଡ଼ିକୁ ଯେପରି ପେଟ୍ରୋଲ୍ ପମ୍ପରେ ଇନ୍ଧନ ନମିଳିବ ସେନେଇ ଦିଲ୍ଲୀ ସରକାର ଖୁବଶୀଘ୍ର ନିୟମ ଆଣିବାକୁ ଯାଉଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.