ବିଲ ଭିତରେ ଯୁବକଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ, କାନ ଓ ହାତରେ ଗଭୀର ଆଘାତ

NEWS7
deer-rescue-at-anandpur

ପୁରୀ ୨୬।୧୨: ବିଲ ଭିତରେ ଯୁବକଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ । ବାପ ପୁଅଙ୍କ ଆକ୍ରମଣରେ ଘାଇଲା ହେଲେ ଜଣେ ଯୁବକ । ପୁରୀ ମେରାଇନ୍ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ଉର ଗ୍ରାମର ସାରଥୀ ବେହେରା ‌। ସାରଥୀଙ୍କ କାନ ଓ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି‌ ।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗତ କିଛି ଦିନ ତଳେ ଧାନକଟାକୁ କେନ୍ଦ୍ରକରି ସାରଥୀଙ୍କ ସହିତ କିଛି ଲୋକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାକୁ କେନ୍ଦ୍ରକରି ତାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ କରିଛନ୍ତି ସାରଥୀ । ତେବେ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।