LIVE TV

ରାତିରେ ଘରେ ପଶିଲେ ଦୁର୍ବୃତ୍ତ, ୧୮ ଲକ୍ଷ ଟଙ୍କା ସହ ଲୁଟିନେଲେ ସୁନା ଗହଣା

NEWS7
deepika-padukone-roasts-lt-for-defending-its-chiefs-90-hour-workweek-call

ଆଠଗଡ଼ ୨୩।୧୧ : କଟକ ଜିଲ୍ଲା କାନପୁର ଥାନା ହଟିଆପଲ୍ଲୀ ଗାଁର ଲୁଟ୍ । ଗାଁର କୈଳାସ ଚନ୍ଦ୍ର ପୃଷ୍ଟିଙ୍କ ଘରୁ ବିଳମ୍ବିତ ରାତିରେ ୬ରୁ ୭ ଜଣ ଦୁର୍ବୃତ୍ତ ୧୮ ଲକ୍ଷ ଟଙ୍କା ସହ ସୁନା ଗହଣା ଚୋରି କରି କରିଛନ୍ତି । ଏହି ଲୁଟ୍ ନେଇ କାନପୁର ଥାନାରେ ଅଭିଯୋଗ ହୋଇଛି ।

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ କୈଳାସ ପୃଷ୍ଟିଙ୍କ ଝିଅ ପାଠ ପଢୁଥିବା ସମୟରେ ହଠାତ୍ ଦୁର୍ବୃତ୍ତମାନେ ଘର ଭିତରେ ପଶିଯାଇଥିଲେ । ଏହାପରେ ମାରଣାସ୍ତ୍ର ଦେଖାଇ କୈଳାଶ ପୃଷ୍ଟି ଏବଂ ତାଙ୍କ ପତ୍ନୀଙ୍କ ଠାରୁ ସୁନା ଅଳଙ୍କାର ଚୋରି କରି ନେଇଛନ୍ତି । ଦୁର୍ବୃତ୍ତମାନେ ଲୁଟ୍ କରିଥିବା ମଧ୍ୟରେ ରହିଛି ୧୮ ଲକ୍ଷ ଟଙ୍କା ସହ କିଛି ସୁନାଗହଣା ରହିଛି। ସେପଟେ ଲୁଟ୍ ସଂପର୍କରେ କାନପୁର ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅଭିଯୋଗ ପରେ ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରି ରଖିଛି ।