ଅପରାଧୀ ସିପୁକୁ ପୋଲିସର ଏନ୍‌କାଉଣ୍ଟର, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଡକାୟତି ଘଟଣାରେ ଥିଲା ସାମିଲ

NEWS7
deepfake-video-victim-kumar-sanu

ବଡ଼ବିଲ ୦୧।୦୨: ବଡ଼ବିଲରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଡକାୟତି ଘଟଣା । ଗିରଫ ଡକାୟତ ଖସିବାକୁ ଚେଷ୍ଟା କରିବା ବେଳେ ପୋଲିସ୍ ଏନକାଉଣ୍ଟରରେ ଗୁରୁତର। ଗୁରୁତର ଡକାୟତ ଜଣକ ବିହାର ପାଟନା ପିପାରା ଅଞ୍ଚଳର ସିପୁ କୁମାର। ସିପୁକୁ ପୋଲିସ୍ ଗିରଫ କରି ଆଣିବା ପରେ ସୀମାବର୍ତ୍ତି ଟାଙ୍କୁରା ଅଞ୍ଚଳକୁ ନେଇଥିଲା। ସେଠାରେ ସୁନା ଲୁଚାଇ ରଖି ଥିବା କଥା ପୋଲିସକୁ କହିଥିଲା ସିପୁ । ମାତ୍ର ସେଠାରେ ପହଞ୍ଚି ଲୁଚାଇ ରଖିଥିବା ପିସ୍ତଲ ବାହାର କରି ପୋଲିସ୍ ଉପରକୁ ଗୁଳି ଚଳାଇଥିଲା। ପୋଲିସ ଆତ୍ମରକ୍ଷା ପାଇଁ ଫାୟାରିଂ କରିଥିଲା । ଏଥିରେ ଅଭିଯୁକ୍ତ ଆହତ ହୋଇଛି । ତାକୁ ତୁରନ୍ତ ଚିକିତ୍ସା ପାଇଁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପରେ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି।