ଭଦ୍ରକ ଜିଲ୍ଲାରେ ତୃତୀୟ ଓ ବ୍ଲକରେ ଟପ୍ପର ହେଲେ ଦେବିରାଣୀ ସାହୁ

Published By : Prameya-News7 Bureau | May 03, 2025 IST

ଭଦ୍ରକ ୦୩।୦୫ : ବାପା କରନ୍ତି ପରିବା ବ୍ୟବସାୟୀ, ଝିଅ ଏବେ ବ୍ଲକ ଟପ୍ପର । ଭଦ୍ରକ ଜିଲ୍ଲାରେ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୃତୀୟ ସ୍ଥାନ ଗ୍ରହଣ କରିଥିବା ଭେଳେ ଭଦ୍ରକ ବ୍ଲକର ଟପ୍ପର ହୋଇଛନ୍ତି ଦେବିରାଣି ସାହୁ । ସେ ୯୫.୦୬ ପ୍ରତିଶତ ଅର୍ଥାତ ୫୭୪ ମାର୍କ ରଖିଛନ୍ତି । 

ତେବେ ଏହି ସଫଳତା ପାଇଁ ସେ ବାପା, ମା ଓ ଶିକ୍ଷକ-ଶିକ୍ଷୟନ୍ତ୍ରୀ ଏବଂ ସହପାଠୀଙ୍କୁ ଶ୍ରେୟ ଦେଇଛନ୍ତି । ପରୀକ୍ଷା ପାଇଁ ସେ ପ୍ରତ୍ୟେକ ଦିନ ୬ରୁ ୮ ଘଣ୍ଟା ଧରି ପରିଶ୍ରମ କରୁଥିବା ବେଳେ ବାପା ଓ ମାଆଙ୍କ ପୁରା ସହଯୋଗ ରହିଥିଲା । ନିଜ ପରିଶ୍ରମ ଅନୁସାରେ ଆଶା କରିଥିବା ଫଳ ଏବେ ମିଳିଛି । ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପରେ ଶିଶୁ ମନ୍ଦିର ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି । ଭବିଷ୍ୟତରେ ସେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି । ତେବେ ଝିଅର ସଫଳତା ପାଇଁ ବାପା ମଧ୍ୟ ଅକ୍ଲାନ୍ତ ପରିଶ୍ରମ କରୁଥିଲେ । ସେ ବେପାରକୁ ଯିବା ପୂର୍ବରୁ ରାତିରୁ ଝିଅକୁ ପାଠ ପଢିବା ପାଇଁ ଉଠାଉଥିଲେ ଏବଂ ପାଖରେ ବସି ରହୁଥିଲେ । ଭବିଷ୍ୟତରେ ଝିଅ ଲୋକଙ୍କ ସେବା କରୁ ବୋଲି ଆଶା ରଖିଛନ୍ତି ବାପା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.