LIVE TV

ପୀତବାସ ହତ୍ୟା ମାମଲାରେ ଟିଆଇ ପରେଡ୍ ରିପୋର୍ଟ, କେବଳ ଦୁଇ ଅଭିଯୁକ୍ତ ଚିହ୍ନଟ ସୂଚନା

NEWS7
debashiss-reaction-to-bjps-heavyweight-face-to-face-brother-in-laws-statement-on-the-statue

ବ୍ରହ୍ମପୁର ୨୦/୧୧: ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଟିଆଇ ପରେଡ଼ ରିପୋର୍ଟ ଆସିଛି । ରିପୋର୍ଟରେ ୮ଜଣ ଅଭିଯୁକ୍ତଙ୍କ ମଧ୍ୟରୁ କେବଳ ଦୁଇଜଣ ଅଭିଯୁକ୍ତଙ୍କୁ ସାକ୍ଷୀମାନେ ଚିହ୍ନଟ କରିଥିବା ସୂଚନା ମିଳିଛି । ଚିହ୍ନଟ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ସୁଟର କୁରୂପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ । ଜେଏମଏଫସି (ଏଲ ଆର ଏବଂ ଏଲ ଟି ଭି) ବ୍ରହ୍ମପୁର ଦୀପିକା ବଡ଼ମାଳିଙ୍କ ଉପସ୍ଥିତିରେ ୫ଜଣ ସାକ୍ଷୀ ଦୁଇଟି ପର୍ଯ୍ୟାୟରେ ମୋଟ ୮ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ଟିଆଇ ପରେଡ଼ ପ୍ରକ୍ରିୟା ହୋଇଥିଲା ।

ତେବେ ସାକ୍ଷୀଙ୍କ ଦ୍ବାରା କେବଳ ଅଭିଯୁକ୍ତ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନଙ୍କୁ ଚିହ୍ନଟ ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି । ଏହି ଟିଆଇ ପରେଡ଼ ରିପୋର୍ଟ ଏସଡ଼ିଜେଏମଙ୍କ କୋର୍ଟରେ ଦାଖଲ ହୋଇଥିବା ଜଣାପଡ଼ିଛି। ବ୍ରହ୍ମପୁର ଜେଲରେ ପ୍ରଥମ ପର୍ଯ୍ୟାୟରେ ଏହି ମାମଲାର ୫ ଅଭିଯୁକ୍ତ ଯଥା ଶିଶୁପାଳ କୁମାର ପାଷ୍ଠାନ, ସୀମାଞ୍ଚଳ ନାୟକ, କୁନ୍ଦନ କୁମାର, ବିପିନ ସ୍ପାଇଁ ଓ ଉମା ଶଙ୍କର ବିଶୋୟୀଙ୍କୁ ଚିହ୍ନଟ କରିବା ପାଇଁ ଦୁଇଜଣ ସାକ୍ଷୀଙ୍କୁ ଟିଆଇ ପରେଡରେ ସାମିଲ କରାଯାଇଥିଲା ।

ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ଅର୍ଥାତ ଗତ ସୋମବାର କୁରୁପତି ଭୂୟାଁ, ବିଷ୍ଣୁ ପ୍ରଧାନ ଓ ଯୋଗେନ୍ଦ୍ର ରାଉତ ଓରଫ ଯୋଗୀଙ୍କ ଟିଆଇ ପରେଡ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଟିଆଇ ପରେଡ଼ରେ ସାକ୍ଷୀମାନେ କାହାରିକୁ ଚିହ୍ନଟ କରିପାରି ନଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ହୋଇଥିବା ଟିଆଇ ପରେଡ଼ରେ ଚିଷ୍ଣୁ ପ୍ରଧାନ ଓ କରୁପତି ଭୂୟାଁଙ୍କୁ ସାକ୍ଷୀ ଚିହ୍ନଟ କରିଥିବା ଜଣାପଡ଼ିଛି। ତେବେ ଯୋଗୀ ଓରଫ ଯୋଗେନ୍ଦ୍ର ରାଉତଙ୍କୁ ସାକ୍ଷୀ ଚିହ୍ନଟ କରିପାରିନଥିବା ସୂଚନା ମିଳିଛି।