ପୁରୀ ବାଣ ବିସ୍ଫୋରଣ ଘଟଣା : ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି, ଏବେବି ୧୨ ଗୁରୁତର ଚିକିତ୍ସାଧୀନ

Published By : Prameya-News7 Bureau | June 05, 2024 IST

ଭୁବନେଶ୍ବର ୫।୬: ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି । ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଗୁରୁତର ଆଖି ବୁଜିଛନ୍ତି । ବିସ୍ଫୋରଣରେ ମୋଟ୍ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ଏବେବି ୧୨ ଜଣ ଗୁରୁତର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏନେଇ ପ୍ରେସ୍‌ ରିଲିଜରେ ଏସଆରସି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୯ ତାରିଖ ରାତିରେ ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରାରେ ବାଣ ବିସ୍ଫୋରଣ ଘଟଣା ଅନେକଙ୍କ ଜୀବନ ନେଇଯାଇଛି । ମୃତକଙ୍କ ପରିବାର ପାଇଁ ଘୋଷଣା ହୋଇଥିବା ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଦେବାକୁ ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପୁରା ଘଟଣାର ତଦନ୍ତ କରୁଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ସ୍ବତନ୍ତ୍ର ରିଲିଫ କମିଶନର । 

You Can Read :

ଧର୍ମଶାଳା ସ୍ୱାଧୀନ ବିଧାୟକ ହିମାଂଶୁ ସାହୁଙ୍କ ଘର ବାହୁଡା଼, ବିଜେପି ଶିବିରକୁ ଫେରିଲେ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.