ପୂର୍ବ ଶତ୍ରୁତାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର

Published By : Prameya-News7 Bureau | June 04, 2025 IST

କଣ୍ଟାବାଞ୍ଜି ୪: ପୂର୍ବ ଶତ୍ରୁତାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । କାଠ ଫାଳିଆରେ ଆକ୍ରମଣ କରି ଫେରାର ମାରିଲେ ଆକ୍ରମଣକାରୀ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପୁଡାପାଲି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପୁଡାପାଲି ଗାଁରେ ସ୍ବାମୀ-ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗାଁର ମୁରଲି ନାଏକ ଓ କମଲେ ନାଏକ ଦୁହେଁ ସ୍ବାମୀ-ସ୍ତ୍ରୀ ଘରେ ଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ସେହି ଗାଁର ସୀତାରାମ ହଂସ ନାମକ ଜଣେ ବ୍ୟକ୍ତି ଏକ କାଠ ଫାଳିଆରେ ସ୍ବାମୀ-ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ମାରିଥିଲା ।  ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନକୁ ନିଆଯାଇଥିଲା । ସେଠାରୁ ଗୁରୁତର ଅବସ୍ଥାରେ ଉଭୟଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ କରିଥିବା ଆହତଙ୍କ ପୁଅ ନିମାଇଁ ନାଏକ ପ୍ରକାଶ କରିଛନ୍ତି ।

You Can Read:

ସମ୍ପର୍କୀୟଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଓଏପିଏଫ୍ କନେଷ୍ଟବଳ ଗିରଫ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.