Prediction : ଶ୍ରୀମନ୍ଦିରରେ ଗୋଟିଏ ପରେ ଗୋଟିଏ ଅଘଟଣା... ଏ କ'ଣ ମହାପ୍ରଭୁଙ୍କ କିଛି ସଂକେତ ? ...

NEWS7
deadbody-found-in-karanjia-rarua-village

 ଭୁବନେଶ୍ୱର :  ଯୁଦ୍ଧ ଥମୁନି... ଏପଟେ ଅନେକ ଘଟଣା ଅଘଟଣ ବଢ଼ାଉଛି ଚିନ୍ତା... ସେପଟେ କୋଟି ଓଡ଼ିଆଙ୍କ ମଉଡ଼ମଣି ଶ୍ରୀ ଜଗନ୍ନାଥ ଦେଉଛନ୍ତି କି ଅନେକ ସଂକେତ। କାହିଁକିନା ଶ୍ରୀମନ୍ଦିରରେ ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା। କେତେବେଳେ ଗର୍ଭ ଗୃହରେ ପଡ଼ିଲାଣି ରକ୍ତ ଛିଟା, କେତେବେଳେ ନୀଳଚକ୍ରରେ ବସିଲାଣି ଚିଲ। ତ ଆଉ କେତେବେଳେ ଉଡ଼ି ଗଲାଣି ବାନା। ମାସେ ଭିତରେ ଏମିତି ଏକାଧିକ ଘଟଣା ଚିନ୍ତାର କାରଣ ପାଲଟିଛି। ଏହାକୁ ସାଧାରଣ ବୋଲି ଗ୍ରହଣ କରି ହେଉନି। କାରଣ ସମୟ ସ୍ୱଭାବିକ ଧାରାରେ ଯାଉନି...ମନରେ ପ୍ରଶ୍ନ ଆସୁଛି ଶ୍ରୀମନ୍ଦିରରେ ଏପରି ଅସ୍ୱଭାବିକ ଘଟଣା ସବୁ କଣ ବିଶ୍ୱ, ଦେଶ କିମ୍ବା ରାଜ୍ୟ ପାଇଁ ଅଶୁଭର ସଂକେତ କିମଧ୍ୟପ୍ରାଚ୍ୟ ଯୁଦ୍ଧ, ପାକିସ୍ତାନ ଆପଗାନିସ୍ତାନ ଅଶାନ୍ତି। ଏପଟେ ଯୁଦ୍ଧ ପାଇଁ ତେଲ ଓ ଗ୍ୟାସସଂକଟ।  ଏହି ସବୁ ସ୍ଥିତିରୁ ବେଶି ଅଶୁଭ ଆଶଙ୍କା ମନକୁ ଆସିବା ତ ସ୍ୱଭାବିକ।

ମାସେ ଭିତରେ ଅନେକ ଘଟଣା...

ଶ୍ରୀମନ୍ଦିର ଗର୍ଭଗୃହରେ ପଡ଼ିଲା ରକ୍ତଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ବୋଝିଆ । ଶୁକ୍ରବାର ମଧ୍ୟାହ୍ନ ଧୂପ ପରେ ବୋଝିଆ ମାନେ ଭୋଗ ବୋହୁଥିବା ବେଳେଜଣେ ବୋଝିଆ ଗର୍ଭଗୃହରେ ପଡ଼ି ଯାଇଥିଲେତଳେ ପଡ଼ିଯିବାରୁ ସମ୍ପୃକ୍ତବୋଝିଆଙ୍କର ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲାସେପଟେ ଗର୍ଭଗୃହରେ ରକ୍ତ ପଡ଼ିଥିବା ଯୋଗୁଁ ଠାକୁରଙ୍କର ହେଲା ବଡ଼ ମହାସ୍ନାନ ନୀତି । ବଡ଼ ମହାସ୍ନାନ ନୀତି ଯୋଗୁଁ ସର୍ବସାଧାରଣ ଦର୍ଶନ ରହିଛି ବନ୍ଦ୍ଏପରି କିଛି ନିକଟ ଅତୀତରେ ବି ଘଟିଛି। ଏପଟେ ମାସେ ଭିତରେ ଦୁଇଥର ନୀଳଚକ୍ର ଉପରେ ବସିଲାଣି ଚିଲ।ଶନିବାର ତାରିଖ ଅପରାହ୍ନରେ ଦେଖିବାକୁ ମିଳିଥିଲା ଏମିତି କିଛି ଦୃଶ୍ୟ। ନୀଳଚକ୍ର ପତିତପାବନ ବାନା ଉପରେ କିଛି ସମୟ ଧରି ଚିଲ ବସିଥିବା ବେଳେ ଏହାକୁ ନେଇ ପୁଣିଥରେ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚା ଲାଗି ରହିଥିଲା। ସମାନଘଟଣା ଗତ ୫ତାରିଖରେ ବି ଦେଖିବାକୁ ମିଳିଥିଲା। ଚିଲ ନୀଳଚକ୍ର ଉପରେ ବସିବାକୁ ନେଇ ବିଭିନ୍ନ ମହଲରେ ଲାଗି ରହିଥିଲା ନାନା କଳ୍ପନାଜଳ୍ପନା। କେତେଜଣ ସେବାୟତ ଏହାକୁ ମହାପ୍ରଭୁଙ୍କ ବଡ଼ ସଂକେତ ବୋଲି କହିଥିଲେ।

ଏତିକିରେ ସରିନି କଥା... ଶ୍ରୀମନ୍ଦିର ନୀଳଚକ୍ରରୁ ଅଁଳା ବେଢ଼ା ଯାଏଁ ଲାଗିଥିବା ବାନା ୧୧ତାରିଖ ଦିନ ହଠାତ୍ ଛିଣ୍ଡି ପଡ଼ିଥିଲା । ଯାହାକୁ ନେଇ ଭକ୍ତ ଓ ବୁଦ୍ଧିଜୀବିଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଚର୍ଚ୍ଚା -ଆଲୋଚନା। ଶ୍ରୀମନ୍ଦିର ଉପରେ ଚଢ଼ି ଚୂନରା ସେବକ ବାନା ବାନ୍ଧୁଥିବା ସମୟରେ ଏଭଳି ଦୃଶ୍ୟ ଦେଖିଥିଲେ। ପରେ ଚୂନରା ସେବାୟତ ମାନେ ପୁନର୍ବାର ବାନା ବନ୍ଧା ନୀତି ସମ୍ପନ୍ନ କରିଥିଲେ । ନୀଳଚକ୍ରରେ ଚିଲ, ବାନା ଛିଡ଼ିବା , ରକ୍ତ ଛିଟା ପଡ଼ିବା... ନିକଟ ଅତିତରେ ଏମିତି କେତେ ଅଘଟଣା ଇଏ କଣ ଏକ ବଡ଼ ବିପତ୍ତି ଆଶଙ୍କା। ନା କେବଳ ଦୁର୍ଘଟଣା... ତାହା ତ ସମୟ କହିବ।

Also Read : ଅଭାବନୀୟ ଘଟଣା, ନିଆଁ ଲାଗି ଜିଅନ୍ତା ଜଳିଗଲେ ବାପା-ପୁଅ