ଘର ଭିତରୁ ମିଳିଲା ଯୁବକଙ୍କ ମୃତଦେହ, ପରିବାର ଆଣିଲେ ହତ୍ୟା ଅଭିଯୋଗ

Published By : Prameya-News7 Bureau | May 25, 2025 IST

ଆସିକା ୨୫।୦୫ : ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ଠାବ। ଗଞ୍ଜାମ ଜିଲ୍ଲା ଆସିକା-ଧରାକୋଟ ଥାନା ପୋଡ଼ା ପଲ୍ଲୀ ଗାଁରୁ ମିଳିଛି ଯୁବକଙ୍କ ମୃତଦେହ । ମୃତ ଯୁବକ ଜଣଙ୍କ ହେଲେ କବିସୂର୍ଯ୍ୟନଗର ଥାନା ବାଲ୍ୟସରା ଗାଁର ସୀମାଞ୍ଚଳ ପୋଲାଇ । 

ଖବର ଅନୁଯାୟୀ, ସୀମାଞ୍ଚଳ ଜଣେ ରାଜମିସ୍ତ୍ରୀ ଥିଲେ l କଣ୍ଟାକ୍ଟ୍ରର ନେଇ ବିଭିନ୍ନ ଘର କାମ କରୁଥିଲେ l ଗତ କିଛି ଦିନ ଧରି ଧରାକୋଟ ପୋଡାପଲିର ପଙ୍କଜ ପ୍ରଧାନଙ୍କ କବିସୂର୍ଯ୍ୟନଗର ସ୍ଥିତ ଭଉଣୀଙ୍କ ଘର କାମ କରୁଥିବା ବେଳେ ପଙ୍କଜ ପ୍ରଧାନ ସେମାନଙ୍କ ପାରିଶ୍ରମିକ ଟଙ୍କା ନେଣ ଦେଣ କରିବା ସହ ସମସ୍ତ କଥା ବୁଝୁଥିଲେ l ସେଥିପାଇଁ ଶନିବାର ସେ ପୋଡାପଲି ପଙ୍କଜ ପ୍ରଧାନଙ୍କ ଘରକୁ ପାରିଶ୍ରମିକ ଟଙ୍କା ମାଗିବାକୁ  ଯାଇଥିଲେ । ସେଠାରେ ତାଙ୍କର ଝୁଲନ୍ତା ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା l ଘଟଣା ବିଷୟରେ ଘର ଲୋକେ ଜାଣିବା ପରେ ଧରାକୋଟ ଥାନାକୁ ଖବର ଦେବା ସହ ହତ୍ୟା ଅଭିଯୋଗ ଆଣିଥିଲେ l ଅଭିଯୋଗ ପରେ ଧରାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଆସିକା ମେଡିକାଲକୁ ପଠାଇଛି । ଏହାସହ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.