LIVE TV
LIVE TV

ଆକ୍ସନରେ ଭଦ୍ରକ ପୋଲିସ, ବିଭିନ୍ନ ସ୍ଥାନରେ ଚାଲିଛି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ

NEWS7
deadbody-found-from-nh-side-in-titilagarh-of-balangir-district

ଭଦ୍ରକ ୦୩।୧୨ : ଆକ୍ସନରେ ପୋଲିସ । ଭଦ୍ରକ ଜିଲ୍ଲାରେ ମାସେ ହେବ ଆରମ୍ଭ ହୋଇଛି ବାଂଲାଦେଶୀ ଓ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପ୍ରକ୍ରିୟା । ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ତନତନ କରି ଯାଞ୍ଚ କରୁଛି ଭଦ୍ରକ ପୋଲିସ । ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳର ଥିବା ଥାନା ଓ ସାମୁଦ୍ରିକ ଥାନା ଅଞ୍ଚଳରେ ବିଶେଷ ଧ୍ୟାନ ଦେଇଛି ଭଦ୍ରକ ପୋଲିସ । ବାସୁଦେବପୁର, ଧାମରା ଓ ଚାନ୍ଦବାଲି ଅଞ୍ଚଳରେ ଜୋରଦାର ଯାଞ୍ଚ ହେଉଛି । ସ୍ଥାନୀୟ ପୋଲିସ ସହ ସ୍ପେଶାଲ ବ୍ରାଞ୍ଚର ଟିମ୍‌ ମଧ୍ୟ ଯାଞ୍ଚରେ ସାମିଲ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୩୦୦ରୁ ଅଧିକ ଲୋକଙ୍କ ଯାଞ୍ଚ ଚାଲିଛି । ବିଶେଷ କରି ଫେରି କରୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖିଛି ପୋଲିସ । ଯେଉଁମାନଙ୍କ ଉପରେ ସନ୍ଦେହ ହେଉଛି, ସେମାନଙ୍କୁ ଭଦ୍ରକରେ ଥିବା ରାତ୍ରୀ ଆଶ୍ରୟସ୍ଥଳରେ ରଖାଯାଉଛି । ପରେ ସମସ୍ତଙ୍କର ଯାଞ୍ଚ ବି ହେଉଛି । ଏବେ ମଧ୍ୟ ବାସୁଦେବପୁର ଥାନାରେ ୮ରୁ ଅଧିକ ଲୋକଙ୍କ ଅଟକ ରଖାଯାଇଛି ।