ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ, ଛାନ୍‌ଭିନ୍‌ କରୁଛି ପୋଲିସ

Published By : Prameya-News7 Bureau | February 05, 2025 IST

ଭଦ୍ରକ ୦୫।୦୨ : ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରୁ ନିଖୋଜ ଥିବା ଯୁବକଙ୍କ ମୃତଦେହ ଠାବ ହୋଇଛି । ଭଦ୍ରକ ଟାଉନ୍‌ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । 

ଖବର ଅନୁଯାୟୀ, ମୃତକ ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳର ଅନିଲ ସାମଲ । ତେବେ ଗତ କିଛି ଦିନ ହେବ ସୁନୀଲ୍‌ ନିଖୋଜ ଥିଲେ । ଘରୁ କେଉଁଆଡେ ପଳାଇଯାଇଥିଲେ । ସେ ମାନସିକ ବିକୃତ ଥିବା ସୂଚନା ମଧ୍ୟ ମିଳିଥିଲା । ତେବେ ସୁନୀଲ୍‌ଙ୍କ ନିଖୋଜ ପରେ  ତାଙ୍କ ମା ବିଭିନ୍ନ ଥାନାରେ ଏତଲା ଦେଇଥିଲେ । ଶେଷରେ ମଙ୍ଗଳବାର ଦିନ ଭଦ୍ରକ ଜିଲ୍ଲା ଚରମ୍ପା ଷ୍ଟେସନରେ ଟ୍ରେନରୁ ଓହ୍ଲାଇଥିବା ନେଇ ସିସିଟିଭିରୁ ଜଣା ପଡ଼ିଥିଲା । ତାଙ୍କ ମାଆ ଭଦ୍ରକ ଟାଉନ୍ ଥାନାରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ। କିନ୍ତୁ ବୁଧବାର ଦିନ ଚରମ୍ପା ବରାଳ ପୋଖରୀ ନିକଟରୁ ଏକ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତଦେହଟି ନିଖୋଜ ବ୍ୟକ୍ତିଙ୍କର ବୋଲି ସୂଚନା ମିଳିଛି । ସମ୍ପର୍କୀୟ ଆସିବା ପରେ ହିଁ ମୃତକଙ୍କ ବିଷୟରେ ସଠିକ୍ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.