ସମୁଦ୍ରକୂଳରୁ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଠାବ, ପରିବାରଲୋକ ଆଣିଲେ ହତ୍ୟା ଅଭିଯୋଗ

Published By : Prameya-News7 Bureau | April 17, 2024 IST

କୋଣାର୍କ ୧୭।୪:  ଅସ୍ତରଙ୍ଗ ଗୁଣ୍ଡଳବା ସମୁଦ୍ର କୂଳରେ ରକ୍ତାକ୍ତ ଅବସ୍ଥାରେ ଏକ ମୃତ ଶରୀର ଠାବ ହୋଇଛି । ଗ୍ରାମବାସୀମାନେ ମୃତ ଶରୀର ଦେଖି ଜାଣିବାକୁ ପାଇଥିଲେ ଯେ, ମୃତ ବ୍ୟକ୍ତି ନିକଟ ଆଇଁସିଣିଆ ଗ୍ରାମର ରାଧୁ ସ୍ୱାଇଁ । ବ୍ୟକ୍ତି ଜଣଙ୍କ ମୃତ ଅବସ୍ଥାରେ ସମୁଦ୍ର କୂଳରେ ପଡିରହିଥିବା ବୁଧବାର ସକାଳେ ଦେଖିବାକୁ ମିଳିଥିଲା । ଶରୀରର ବିଭିନ୍ନ ସ୍ଥାନରୁ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି l

ସୂଚନାଯୋଗ୍ୟ ଯେ, ବ୍ୟକ୍ତି ଜଣଙ୍କ ମଙ୍ଗଳବାର ସନ୍ଧ୍ୟାରେ ଘରୁ ଜଙ୍ଗଲକୁ କାଠ ଆଣିବା ପାଇଁ କୁରାଢ଼ୀ ଧରି ଆସିଥିଲେ, ଆଉ ରାତିରେ ଘରକୁ ଫେରି ନଥିଲେ । ଯାହା ଫଳରେ ଘର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ବୁଧବାର ସକାଳୁ କିଛି ଲୋକ ତାଙ୍କ ଘର ଲୋକଙ୍କୁ ଏହି ସଂକ୍ରାନ୍ତରେ ସୂଚନା ଦେଇଥିଲେ । ଅସ୍ତରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପରିବାର ଲୋକଙ୍କ ପକ୍ଷରୁ ଏ ନେଇ ଏତଲା ମଧ୍ୟ ଦିଆଯାଇଛି । ସ୍ଥାନୀୟ ସରପଞ୍ଚ ଅଭିଯୋଗ ଆଣିଛନ୍ତି ଏହା ଏକ ହତ୍ୟାକାଣ୍ଡ । ଆଉ ଏହାର ଉଚ୍ଚସ୍ତରୀୟ ତଦନ୍ତ ହୋଇ ସତ୍ୟାସତ୍ୟ ସାମ୍ନାକୁ ଆସିବା ନିହାତି ଆବଶ୍ୟକ l

ଏ ସଂକ୍ରାନ୍ତରେ ମୃତକଙ୍କ ଘର ଲୋକଙ୍କ ତରଫରୁ ଜଙ୍ଗଲ ବିଭାଗ ନାମରେ ଏତଲା କରାଯାଇଛି । ଏ ବାବଦରେ ଜଙ୍ଗଲ ବିଭାଗର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । 

You Can Read :

ଭୁବନେଶ୍ୱର ବିମାନ ବନ୍ଦରରେ ରହସ୍ୟମୟ ଟ୍ରଙ୍କ୍, ଭିତରେ ବିପୁଳ ପରିମାଣର ସୁନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.