DC vs MI: ଦିଲ୍ଲୀରେ କିଏ ମାରିବ ବାଜି ? କେମିତି ରହିବ ପିଚ୍, ଜାଣନ୍ତୁ

Published By : Prameya-News7 Bureau | April 13, 2025 IST

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍ ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଚଳିତ ସଂସ୍କରଣରେ ଦିଲ୍ଲୀରେ ଏହା ପ୍ରଥମ ଆଇପିଏଲ୍ ମ୍ୟାଚ୍। ଏହି ମ୍ୟାଚ୍ ବ୍ଲକବଷ୍ଟର ହେବ ବୋଲି ଆଶା କରାଯାଉଛି। ଆଜିର ମ୍ୟାଚ୍ ଜିତି ଦିଲ୍ଲୀ ନିଜର ବିଜୟ ଅଭିଯାନ ଅବ୍ୟାହତ ରଖିବାକୁ ଚାହିଁବ।ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ପରାଜୟରୁ ବଞ୍ଚିବାକୁ ଚାହିଁବ। 

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଏ ପର୍ଯ୍ୟନ୍ତ ୯୧ଟି ମ୍ୟାଚ୍  ଖେଳା ଯାଇଛି। ଏଥିରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୪୩ଟି ମ୍ୟାଚ୍ ଜିତିଛି। ଏହି ମଇଦାନରେ ପ୍ରଥମ ଇନିଂସରେ ହାରାହାରି ସ୍କୋର ହେଉଛି ୧୬୯ ରନ। ଆଉ ଦ୍ଵିତୀୟ ଇନିଂସରେ ହାରାହାରି ସ୍କୋର ୧୫୫ ରହିଛି। ଏମିତିରେ ଏହି ପିଚ୍‌ରେ ବିଜୟ ଲକ୍ଷ୍ୟ ପିଛା କରିବା ସହଜ ହୋଇଥାଏ। କାରଣ ରାତିରେ କାକର ପଡ଼ିଥାଏ। କାକର ପଡ଼ିଲେ ବ୍ୟାଟିଂ ସହଜ ହୋଇଥାଏ ଏବଂ ବୋଲିଂ କରିବା ମୁସ୍କିଲ ହୋଇଥାଏ।

Also read: ଏହି ଦଳ ସହ ୬୦ ରନ କରିବା କଷ୍ଟକର, CSKର ଲଜ୍ଜାଜନକ ପରାଜୟ ପରେ ଧୋନି କ’ଣ କହିଲେ?

ବୋଲିଂ ଉପରେ ନଜର ପକାଇଲେ ଏଠାକାର ପିଚ୍ ଦ୍ରୁତ ବୋଲରଙ୍କୁ ସୁହାଇଥାଏ। ସ୍ପିନରଙ୍କୁ ମଧ୍ୟ କିଛିଟା ସାହାଯ୍ୟ ମିଳିଥାଏ। ୬୭ ପ୍ରତିଶତ ଓ୍ଵିକେଟ୍ ଦ୍ରୁତ ବୋଲରଙ୍କୁ ମିଳିଥାଏ ଓ ୩୩ ପ୍ରତିଶତରୁ ଅଧିକ ଓ୍ଵିକେଟ୍ ସ୍ପିନରଙ୍କୁ ମିଳିଥାଏ। କିନ୍ତୁ ଏଠାରେ ବ୍ୟାଟରଙ୍କ ପଲ୍ଲା ସର୍ବଦା ଭାରି ରହିଥାଏ। ଦିଲ୍ଲୀର ବ୍ୟାଟର ଭଲ ଲୟରେ ଥିବା ବେଳେ ମୁମ୍ବାଇର ବୋଲର ଚାପରେ ଅଛନ୍ତି। ଦଳକୁ ଯଶପ୍ରୀତ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ହୋଇ ସାରିଛି। ତଥାପି ଦଳର ମୋଟାମୋଟି ପ୍ରଦର୍ଶନ ଆଶାନୁରୂପ ରହିନାହିଁ। 

ଚଳିତ ସଂସ୍କରଣରେ ଦିଲ୍ଲୀ ଏ ପର୍ଯ୍ୟନ୍ତ ଏକମାତ୍ର ଦଳ ଭାବେ ଅପରାଜେୟ ରହିଛି। ଦଳ ୪ଟି ମ୍ୟାଚ୍‌ରୁ ୪ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଅନ୍ୟପଟେ ମୁମ୍ବାଇ ୫ଟି ଖେଳି ୪ଟି ମ୍ୟାଚ୍‌ରେ ପରାଜିତ ହୋଇଛି। ଦଳ ଅଙ୍କ ତାଲିାକରେ ନବମ ସ୍ଥାନରେ ରହିଛି। ଦଳ ତାରକାଖଚିତ ଥିଲେ ହେଁ ଦଳର ପ୍ରଦର୍ଶନ ନିରାଶଜନକ ରହିଛି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.