ଭୁବନେଶ୍ୱର: ରକ୍ଷାବନ୍ଧନ ପ୍ରେମ, ସଦ୍ଭାବ ଓ ଦାୟିତ୍ୱ ବୋଧତାର ପର୍ବ । ଡିଏଭି ପୋଖରୀପୁଟରେ ବିଦ୍ୟାର୍ଥୀମାନେ ନିଆରା ଢଙ୍ଗରେ ଚଳିତ ଥର ଏହି ପର୍ବକୁ ପାଳନ କରିଛନ୍ତି । ଏହି ବନ୍ଧନକୁ ସୁଦୃଢ କରିବା ପାଇଁ ଶିକ୍ଷୟିତ୍ରୀ-ଶିକ୍ଷକମାନଙ୍କ ସହଯୋଗରେ ଷଷ୍ଠ-ସପ୍ତମ ଶ୍ରେଣୀର ବିଦ୍ୟାର୍ଥୀମାନେ ଚଳିତ ବର୍ଷ ନିଜ ହାତରେ ରାଖୀ ପ୍ରସ୍ତୁତ କରିଥିଲେ । ଏହା ପରେ ଡିଏଭି ପୋଖରୀପୁଟର ଅଧ୍ୟକ୍ଷ ବିପିନ କୁମାର ସାହୁ ଓ ବରିଷ୍ଠ ନିରୀକ୍ଷିତା ଡକ୍ଟର ସ୍ମରଣିକା ପଟ୍ଟାନୟକଙ୍କ ତତ୍ୱାବଧାନରେ ବିଦ୍ୟାର୍ଥୀମାନେ ବିଭିନ୍ନ ସ୍ଥାନ ପରିଦର୍ଶନ କରି ସୁରକ୍ଷା ବାର୍ତ୍ତା ପ୍ରସାର କରିଥିଲେ ।
ବିଦ୍ୟାର୍ଥୀମାନେ ଖାରବେଳନଗର ପୋଲିସ ଷ୍ଟେସନ, ଟ୍ରାଫିକ୍ କମିଶନରେଟ୍ ଏଜି ସ୍କୋୟାର, ପୋଖରୀପୁଟର ୱେଲ୍ଥ ସେଣ୍ଟର ଏବଂ ୧୨୦ ଇନଫାଣ୍ଟ୍ରି ବାଟାଲିୟନ ପରିଦର୍ଶନ କରିଥିଲେ । ଏହି ଅବସରରେ ବିଦ୍ୟାର୍ଥୀମାନେ ପୋଲିସ, ସୈନିକ ଓ ସଫାଇମିତ୍ରଙ୍କ ହାତରେ ହାତ ତିଆରି ତ୍ରିରଙ୍ଗା ରାଖୀ ବାନ୍ଧିଥିଲେ । ଅନ୍ୟପଟେ ସୁରକ୍ଷାକର୍ମୀ ଅନନ୍ଦର ସହ ବିଦ୍ୟାର୍ଥୀମାନଙ୍କୁ ଚକୋଲେଟ୍, ମାର୍କରପେନ୍ ପ୍ରଦାନ କରିଥିଲେ । ଏହା ସହ ବିଦ୍ୟାର୍ଥୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସେମାନଙ୍କ କର୍ତ୍ତବ୍ୟ ପରାୟଣତା ପାଇଁ ଧନ୍ୟବାଦ ଜଣାଇଥିଲେ ।