ବାପାଙ୍କ ମୃତ୍ୟୁ ଖବର ଶୁଣି କୂଅକୁ ଡେଇଁପଡ଼ିଲେ ଝିଅ, ଉଦ୍ଧାର କଲା ଅଗ୍ନିଶମ ବାହିନୀ

Published By : Prameya-News7 Bureau | June 04, 2025 IST

ବାରଙ୍ଗ ୪ବାପାଙ୍କ ମୃତ୍ୟୁ ଖବର ଶୁଣି କୂଅକୁ ଡେଇଁପଡ଼ିଲେ ଝିଅ । ଅଗ୍ନିଶମ ବାହିନୀ କୂଅରୁ ଝିଅକୁ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲ ପଠାଇଥିଲେ । ସୌଭାଗ୍ୟ ବଶତଃ ଝିଅଟି ସାମାନ୍ୟ ଆହତ ହୋଇଥିଲେ । ମେଡ଼ିକାଲରେ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି । ବାରଙ୍ଗ ଥାନା ଦାଢାପାଟଣା ଗ୍ରାମରେ ଘଟିଛି ଏଭଳି ଘଟଣା । 

ସୂଚନାଯୋଗ୍ୟ ଯେ, ଝିଅଟିର ବାପା ସୁକାନ୍ତ ସାହୁ ଅସୁସ୍ଥ ଥିଲେ । କିଛି ଦିନ ହେବ ଭୁନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବୁଧବାର ସକାଳୁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ଖବର ପାଇ ବଡ ଝିଅ ନିଜର ହିତାହତ ଜ୍ଞାନ ହରାଇ ଘର ନିକଟରେ ଥିବା କୂଅକୁ ଡେଇଁ ପଡ଼ିଥିଲେ । ପରିବାର ଲୋକ କୂଅରୁ ଝିଅକୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ବାରଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ଝିଅକୁ ଜୀବିତ ଅବସ୍ଥାରେ କୂଅରୁ ଉଦ୍ଧାର କରି ମେଡ଼ିକାଲରେ ଚିକିତ୍ସା ପାଇଁ ପଠାଇଥିଲେ ।  

ମୃତ ସୁକାନ୍ତ ଜଣେ ଗରିବ ପରିବାରର । ତାଙ୍କ ସ୍ତ୍ରୀ, ଗୋଟିଏ ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କ ସଂସାର । ସୁକାନ୍ତଙ୍କ ରୋଜଗାରରେ ତାଙ୍କ ପରିବାର ପ୍ରତିପୋଷଣ ହୋଇଥାଏ । ବାପାଙ୍କ ମୃତ୍ୟୁ ଖବର ଶୁଣି ଝିଅ ଚିନ୍ତାରେ ନିଜର ହିତାହିତ ଜ୍ଞାନ ହରାଇ କୂଅକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି ।

You Can Read:

ଢେଙ୍କାନାଳ ଗସ୍ତରେ ମୁଖ୍ୟମନ୍ତ୍ରୀ, ୪ ହଜାର କୋଟି ଟଙ୍କାର ୨୩ ପ୍ରକଳ୍ପର କଲେ ଶିଳାନ୍ୟାସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.