LIVE TV
LIVE TV

‘What a Welcome!’ : ରାୟପୁରରେ ବିରାଟଙ୍କୁ ଜୋରଦାର ସ୍ୱାଗତ…

NEWS7
date-of-meeting-of-modi-and-trump-usa-president-himself-will-host-a-dinner-at-the-white-house-

ରାୟପୁର ୦୨।୧୨ : କୋହିଲଙ୍କୁ ଜୋରଦାର୍ ସ୍ୱାଗତ । ରାୟପୁର ବିମାନବନ୍ଦରରେ ବିରାଟ କୋହଲିଙ୍କୁ କୁନି କୁନି ଫ୍ୟାନ୍ସଙ୍କ ଦ୍ୱାରା ସ୍ୱାଗତ କରାଯାଇଛି। ବିମାନବନ୍ଦର ଗେଟ୍ ସମ୍ମୁଖରେ କୁନି କୁନି ଫ୍ୟାନ୍ସମାନେ ଫୁଲ ତୋଡ଼ା ଦେଇ ବିରାଟଙ୍କୁ ସ୍ୱାଗତ କରିଛନ୍ତି ।ଯାହାର ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାର ଲାଗିଛି ।

ନଭେମ୍ବର ୩୦ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା । ଯେଉଁଥିରେ ବିରାଟ କୋହଲିଙ୍କ ଶତକ ବଳରେ ଭାରତ ୩୪୯ର ବିଶାଳ ସ୍କୋର ଛିଡ଼ା କରିଥିଲା । ହେଲେ ଜବାବରେ ଦକ୍ଷିଣ ଆଫ୍ରିକା ଟିମ୍ ମଧ୍ୟ ହାର୍ ମାନିନଥିଲା । ଶେଷ ଓଭର ପର୍ଯ୍ୟନ୍ତ ଲଢେଇ କରି ୩୩୨ରନ୍ କରିବାକୁ ସକ୍ଷମ ହୋଇଥିଲା । ତେବେ ପ୍ରଥମ ମ୍ୟାଚ୍ର ହିରୋ ସାଜିଥିଲେ ବିରାଟ କୋହଲି । ନିଜର ୫୨ ତମ ଶତକ ହାସଲ କରି ବିରାଟ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି ।