ଟ୍ରମ୍ପଙ୍କୁ ଜୋରଦାର ଜବାବ ଦେଲା ‘ଟଙ୍କା’, କେହି ଭାବି ମଧ୍ୟ ନଥିଲେ ବଢିବ ଏତେ?

NEWS7
dama-rout-target-naveen-pattnaik-in-baripada-samabesh

ମୁମ୍ବାଇ ୯।୧୨: ଟଙ୍କାର ମୂଲ୍ୟ ହ୍ରାସ କେବଳ ବିଦେଶୀ ନିବେଶକଙ୍କ ପ୍ରତ୍ୟାହାର ନୁହେଁ ବରଂ ଟ୍ରମ୍ପଙ୍କ ଟାରିଫ ଯୋଗୁ ହୋଇଛି। ଏଥି ପାଇଁ ଟଙ୍କା ଏତେ କ୍ଷତିର ସମ୍ମୁଖୀନ ହେଉଛି। ଏକ ସମୟରେ ଟଙ୍କାର ବିନିମୟ ମୂଲ୍ୟ ଡଲାର ତୁଳନାରେ ୮୩ ଟଙ୍କା ସ୍ତରରେ ଥିଲା। ଯାହା ଟ୍ରମ୍ପଙ୍କ ଟାରିଫ ପାଇଁ ୯୦ ଟଙ୍କା ଉପରକୁ ଚାଲି ଯାଇଛି। ମଙ୍ଗଳବାର ସକାଳେ ଟ୍ରମ୍ପ ଭାରତକୁ ଟାରିଫ ଧମକ ଦେଇଛନ୍ତି। ଏଥର ଟ୍ରମ୍ପଙ୍କ ଟାର୍ଗେଟରେ ପାଲଟିଛି ଭାରତର ବାସମତୀ ଚାଉଳ ଏଣୁ ପ୍ରାରମ୍ଭିକ ଅଧିବେଶନରେ ଡଲାର ତୁଳନାରେ ଟଙ୍କା କ୍ଷତିରେ ପଡିଥିଲା। ହେଲେ ବଜାର ବନ୍ଦ ହେବା ବେଳକୁ ଅଚାନକ ଏପରି କିଛି ହୋଇଛି ଯାହାକୁ ବିଶ୍ୱାସ ବି କରି ହେଉନି।

ମଙ୍ଗଳବାର ସକାଳେ କାରବାର ଆରମ୍ଭ କାଳରେ ଟଙ୍କା ୧୦ ପଇସା ହ୍ରାସର ସମ୍ମୁଖୀନ ହୋଇଥିଲା, ହେଲେ କାରବାର ବନ୍ଦ ବେଳକୁ ଏଥିରେ ୧୭ ପଇସା ଅଭିବୃଦ୍ଧି ଦେଖା ଯାଇଛି। ଫଳରେ ଟ୍ରମ୍ପଙ୍କ ଟାରିଫକୁ ଜବାବ ମିଳିଯାଇଛି। ଏଣୁ ଟଙ୍କା ତୁଳନାରେ ଡଲାର ମୂଲ୍ୟ ୯୦ ଟଙ୍କାରୁ ତଳକୁ ଖସି ମଜଭୁତ ହୋଇଛି। ବିଶେଷଜ୍ଞଙ୍କ ଅନୁସାରେ ମଙ୍ଗଳବାର ଫେଡ ମିଟିଂ ଆରମ୍ଭ ହୋଇଛି। ଏଥିରେ ୨୫ ବେସିସ ପଏଣ୍ଟ ପଲିସି ରେଟ କଟ୍ ହୋଇପାରେ। ଯାହାର ସମର୍ଥନ ମୁଦ୍ରା ବିନିମୟ ବଜାରରେ ଟଙ୍କାକୁ ମିଳିଛି।

ମଙ୍ଗଳବାର ଆମେରିକା ଡଲାର ଓ ଅଶୋଧିତ ତୈଳ ନିଜର ହାଇଲେବୁଲରୁ ତଳକୁ ଖସିଛନ୍ତି। ଏଣୁ ଟଙ୍କା କାରବାର ଆରମ୍ଭରେ ସମ୍ମୁଖୀନ ହୋଇଥିବା ହ୍ରାସରୁ ଉପରକୁ ଉଠି ୧୭ ପଇସା ବୃଦ୍ଧି ହାସଲ କରିଛି। ଏଣୁ ଡଲାରର ଚୂଡ଼ାନ୍ତ ମୂଲ୍ୟ ୮୯.୮୮ ପଇସାରେ ବନ୍ଦ ହୋଇଛି। ଫରେନ କରେନ୍ସୀ ଟ୍ରେଡର୍ସଙ୍କ କହିବା କଥା ହେଉଛି ଡିସେମ୍ବରରେ ଆମେରିକା ଫେଡ ଦ୍ୱାରା ସୁଧହାର ହ୍ରାସ ଆଶଙ୍କା ଯୋଗୁ ବିଦେଶୀ ବଜାରରେ ଆମେରିକୀୟ ଡଲାର ଦୁର୍ବଳ ହୋଇଛି। ଏଣୁ ଟଙ୍କାକୁ ସର୍ବନିମ୍ନ ସ୍ତରରେ ସମର୍ଥନ ମିଳିଛି।

ମିରାୟ ଆସେଟ୍ ଓ ସେୟରଖାନ ବିଶ୍ଲେଷକ ଅନୁଜ ଚୌଧୁରୀ କହିଛନ୍ତି ଯେ ଆରବିଆଇଙ୍କ ସମ୍ଭାବିତ ହସ୍ତକ୍ଷେପ ଓ ଅଶୋଧିତ ତୈଳ ମୂଲ୍ୟରେ ଅଚାନକ ହ୍ରାସ ଟଙ୍କାକୁ ସର୍ବନିମ୍ନ ସ୍ତରରେ ସମର୍ଥ କରିଛି। ତେବେ ଦୁର୍ବଳ ଘରୋଇ ବଜାର ଓ ଆମେରିକା ଡଲାର ଇଣ୍ଡେକ୍ସରେ ସାମାନ୍ୟ ସୁଧାର ଦ୍ରୁତ ବୃଦ୍ଧିକୁ ରୋକି ଦେଇଛି। ସେ କହିଛନ୍ତି ଯେ ଡିସେମ୍ବରରେ ଫେଡେରାଲ ରିଜର୍ଭର ସୁଧହାର ହ୍ରାସ ଆଶଙ୍କା ଆମେରିକା ଡଲାରକୁ ଦୁର୍ବଳ କରିପାରେ। ଏଣୁ କେନ୍ଦ୍ରୀୟ ବ୍ୟାଙ୍କର ସାମାନ୍ୟ ହସ୍ତକ୍ଷେପ ଟଙ୍କାକୁ ସାହାରା ଦେଇ ପାରେ।