‘ନିତିନ ନବୀନ ମୋର ବସ୍’, ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପାଇଁ ପ୍ରଥମ ଭାଷଣରେ କ’ଣ କହିଲେ ପ୍ରଧାନମନ୍ତ୍ରୀ ଜାଣନ୍ତୁ

NEWS7
daljeet-kaur-second-marriage-with-uk-based-nikhil

ନୂଆଦିଲ୍ଲୀ: ବିଜେପି ମଙ୍ଗଳବାର ନିଜ ସଂଗଠନ ମହାପର୍ବ ଅବସରରେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ଔପଚାରିକ ଭାବେ ନିତିନ ନବୀନଙ୍କ ନାଁ ଘୋଷଣା କରିଛି । ବିଜେପି କାର୍ଯ୍ୟାଳୟରେ ହୋଇଥିବା ସମାରୋହରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଅଧ୍ୟକ୍ଷଙ୍କୁ ପୁଷ୍ପମାଳ ପିନ୍ଧାଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ସମ୍ୱୋଧନରେ କହିଥିଲେ, ସେ ପାର୍ଟିର ଜଣେ କାର୍ଯ୍ୟକର୍ତ୍ତା ଏବଂ ଅଧ୍ୟକ୍ଷ ନିତିନ ନବୀନ ଏବେ ତାଙ୍କ ବସ୍ ଅଟନ୍ତି ।

ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକର୍ତ୍ତାଙ୍କୁ ସମ୍ୱୋଧନ କରି କହିଛନ୍ତି, ବିଜେପି ଏପରି ଏକ ଦଳ, ଯେଉଁଠି ଲୋକଙ୍କୁ ଲାଗେ ଯେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ । ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ୫୦ ବର୍ଷରୁ କମ ବୟସରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୫ ବର୍ଷ ଧରି ଲଗାତାର ହେଡ୍ ଅଫ୍ ଦ ଗଭର୍ଣ୍ଣମେଣ୍ଟରେ ଅଛନ୍ତି, କିନ୍ତୁ ପ୍ରକୃତରେ ଏହି ସବୁ ଭିନ୍ନ କଥା।

ପିଏମ୍ ମୋଦୀ ନିଜ ପଦକୁ ନେଇ କହିଛନ୍ତି, 'ଏହି ସବୁ ନିଜ ସ୍ଥାନରେ, କିନ୍ତୁ ମୋ ପାଇଁ ସବୁଠୁ ବଡ଼ କଥା ହେଉଛି ମୁଁ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା । ଏହା ସବୁଠୁ ବଡ଼ ଗର୍ବ ଆଉ ଯେତେବେଳେ ପାର୍ଟିର ବିଷୟ ଆସେ, ସେତେବେଳେ ମାନନୀୟ ନିତିନ ନବୀନ ଜୀ ମୁଁ ଜଣେ କାର୍ଯ୍ୟକର୍ତ୍ତା । ସେ ମୋର ବସ୍ ଅଟନ୍ତି ।'​​​​​​​

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ନିତିନ ନବୀନ ବିଜେପିର ଐତିହ୍ୟକୁ ଆଗକୁ ବଢାଇବେ । ଆଜିର ଯୁବପିଢିଙ୍କ ଭାଷାରେ କହିବାକୁ ଗଲେ ନିତିନ ଜୀ ନିଜେ ଜଣେ ମିଲେନିୟଲ ଅଟନ୍ତି । ଆଗାମୀ ୨୫ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ସେହି ସମୟ ଯେତେବେଳେ ବିକଶିତ ଭାରତର ନିର୍ମାଣ ହେବ ଓ ଏହା ହେବା ନିଶ୍ଚିତ ଅଟେ । ଏହି ଗୁରୁତ୍ୱପୂର୍ଣ୍ଣ କାଳଖଣ୍ଡର ଆରମ୍ଭରେ, ଆମର ନିତିନ ନବୀନ ଜୀ ବିଜେପିର ଐତିହ୍ୟକୁ ଆଗକୁ ବଢାଇବ ।

ପିଏମ୍ ମୋଦୀ କହିଛନ୍ତି, ସେ (ନିତିନ ନବୀନ) ସେହି ପିଢିରୁ ଆସନ୍ତି, ଯିଏ ଭାରତରେ ବଡ଼ ଆର୍ଥିକ, ସାମାଜିକ ଓ ବୈଷୟିକ ପରିବର୍ତ୍ତନ ଦେଖିଛନ୍ତି । ସେହି ପିଢିରୁ ଆସନ୍ତି, ଯିଏ ନିଜ ପିଲାବେଳେ ରେଡିଓକୁ ସୂଚନା ପାଉଥିଲେ ଓ ଏବେ ଏଆଇର ସକ୍ରିୟ ଉପଭୋକ୍ତା । ନିତିନ ଜୀଙ୍କ ମଧ୍ୟରେ ଯୁବ ଉର୍ଜା ଓ ସଂଗଠନାତ୍ମାକ କାର୍ଯ୍ୟର ବ୍ୟାପକ ଅନୁଭବ ରହିଛି । ଏହା ଆମ ପାର୍ଟିର ପ୍ରତ୍ୟକ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।

ପ୍ରଧାନମନ୍ତ୍ରୀ ମୋଦୀ ପାର୍ଟିର ପୂର୍ବତନ ଅଧ୍ୟକ୍ଷଙ୍କ ସଂଘର୍ଷ କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ଅଟଳ ଜୀ, ଆଡ଼ବାଣୀ ଜୀ ଓ ମୁରଲୀ ମନୋହର ଯୋଶୀ ଜୀଙ୍କ ନେତୃତ୍ୱରେ ବିଜେପି ଶୂନ୍ୟରୁ ଶିଖର ଯାଏ ଯାତ୍ରା କରିଛି । ଏହି ଶତାବ୍ଦୀରେ ଏମ୍.ଭେଙ୍କୟା ନାଇଡୁ ଓ ନିତିନ ଗଡ଼କରୀଙ୍କ ପରି ନେତାଙ୍କ ସହ ଆମର ବରିଷ୍ଠ ସହଯୋଗୀ ସଂଗଠନର ବିସ୍ତାର କରିଥିଲେ । ରାଜନାଥ ସିଂହଙ୍କ ନେତୃତ୍ୱରେ ବିଜେପି ପ୍ରଥମ ଥର ନିଜ ବଳରେ ଏକାକୀ ସରକାର ଗଢିଥିଲା । ପରେ ଅମିତ୍ ଶାହଙ୍କ ନେତୃତ୍ୱରେ ବିଜେପି ଅନେକ ରାଜ୍ୟରେ ସରକାର ଗଠନ କଲା ଓ କେନ୍ଦ୍ରରେ ଲଗାତାର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିଥିଲା । ଏହାପରେ ଜେପି ନଡ୍ଡାଙ୍କ ନେତୃତ୍ୱରେ ବିଜେପି ପଞ୍ଚାୟତରୁ ଆରମ୍ଭ କରି ସଂସଦ ଯାଏ ସବୁ ସ୍ତରରେ ମଦଭୁତ ହୋଇଛି ।