LIVE TV

ବିଗ୍ ବସ୍ ୧୯ରେ ବଡ଼ ଟ୍ଵିଷ୍ଟ ! ଏବିକ୍ସନ୍ ପରେ ପୁଣି ଘରକୁ କମ୍‌ବ୍ୟାକ୍‌ କରିବେ ଏହି ପ୍ରତିଯୋଗୀ

NEWS7
daddy-changed-the-world-video-of-george-floyd-s-daughter

ମୁମ୍ଵାଇ ୦୬।୧୧; ସଲମାନ ଖାନଙ୍କ ରିଆଲିଟି ଶୋ "ବିଗ୍ ବସ୍ ୧୯"ରେ ବଡ଼ ଟ୍ଵିଷ୍ଟ ଆସିଛି। ୱିକେଣ୍ଡ୍ କା ୱାରରୁ ବାହାର ହେବା ପରେ, ଜଣେ ଶକ୍ତିଶାଳୀ ପ୍ରତିଯୋଗୀ ଘରକୁ ପୁନର୍ବାର ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଏହା ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ସୃଷ୍ଟି କରିଛି। ତାଙ୍କ କମ୍‌ବ୍ୟାକ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ । ଶୋ’ରୁ ବାହାରିବା ପରେ ଦର୍ଶକ ତାଙ୍କୁ ବହୁତ ମିସ୍ କରୁଛନ୍ତି। ଏବେ, ଆପଣ ଭାବୁଥିବେ ଯେ ଆମେ କେଉଁ ପ୍ରତିଯୋଗୀଙ୍କ ବିଷୟରେ କହୁଛୁ। ଷ୍ଟାଣ୍ଡ-ଅପ୍ କମେଡିଆନ୍ ପ୍ରଣିତ ମୋରେ ଶୋ'କୁ କମ୍‌ବ୍ୟାକ କରୁଛନ୍ତି

ବିଗ୍ ବସ୍ ଫ୍ୟାନ୍ ପେଜ୍ "ବିବି ତକ୍" ଅନୁଯାୟୀ, ପ୍ରଣିତ ମୋରେ ବିଗ୍ ବସ୍ ଘରକୁ ଫେରିଛନ୍ତି। ଦର୍ଶକ ଏବଂ ପ୍ରତିଯୋଗୀ ଉଭୟ ତାଙ୍କ ଫେରିବା ଦେଖି ବହୁତ ଖୁସି। ତାଙ୍କ ଫେରିବା ପରେ, ପ୍ରଣିତ ବିଗ୍ ବସ୍ ଘରେ ତାଙ୍କର କମେଡି ଶୋ, "ଦି ପ୍ରଣିତ ମୋର୍ ଶୋ'କୁ ହୋଷ୍ଟ କରୁଥିବାର ମଧ୍ୟ ନଜର ଆସିବେ। ଏହା ବ୍ୟତୀତ, ପ୍ରଣିତଙ୍କ ଏଣ୍ଟ୍ରି ଏପର୍ଯ୍ୟନ୍ତ ଶୋ'ରେ ଦେଖାଯାଇ ନାହିଁ, କିନ୍ତୁ ଆଜି କିମ୍ବା କାଲିର ଏପିସୋଡରେ ଦେଖାଯିବା ନେଇ କୁହାଯାଇଛି।

ତାଙ୍କୁ କାହିଁକି ବାହାର କରାଯାଇଥିଲା?

ଗତ ସପ୍ତାହ ୱିକେଣ୍ଡ କା ୱାରରେ ପ୍ରଣିତ ମୋରେଙ୍କ ଅସୁସ୍ଥତା କାରଣରୁ ଘରୁ ବାହାର କରାଯାଇଥିଲା। କାହିଁକି ନା ଅସୁସ୍ଥ ଯୋଗୁଁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଘର ବାହାରକୁ ଅଣାଯାଇଥିଲା। ସଲମାନ ୱିକେଣ୍ଡ କା ୱାରରେ କହିଥିଲେ ଯେ ପ୍ରଣିତଙ୍କୁ ବାହାର କରାଯାଉନାହିଁ, ବରଂ ତାଙ୍କୁ ଚିକିତ୍ସା ପାଇଁ ବାହାରକୁ ପଠାଯାଉଛି। ରିପୋର୍ଟ ଅନୁଯାୟୀ, ପ୍ରଣିତ ବିଗ୍ ବସ୍ ଘରେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିଲେଏହି କାରଣରୁ ତାଙ୍କୁ ବିଗ୍ ବସ୍ ଘରୁ ବାହାରକୁ ଯିବାକୁ ପଡିଲା।