କ୍ଲାଉଡ୍ କମ୍ପାନିଗୁଡ଼ିକୁ ୨୧ ବର୍ଷ ପାଇଁ ଟ୍ୟାକ୍ସ ଛାଡ଼, ଇଣ୍ଟରନେଟ୍ ୟୁଜରଙ୍କ ଉପରେ ପଡ଼ିବ ପ୍ରଭାବ

NEWS7
cyclone-update--more-hours-to-landfall-cyclone-dana-moving-at-13-kph---

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ୨୦୨୬ ଉପସ୍ଥାପନ କରିଛନ୍ତି । ବଜେଟ୍ ଭାଷଣରେ ସେ ଟେକ୍ନୋଲୋଜି ଓ ଡିଜିଟାଲ୍ ସେକ୍ଟରକୁ ଦେଶର ବିକାଶ ମଜଭୁତ ସ୍ତମ୍ଭ ବୋଲି କହିଛନ୍ତି । ବଜେଟରେ କ୍ଲାଉଡ୍ ଓ ଏଆଇ ସହ ଜଡିତ କମ୍ପାନିଗୁଡ଼ିକ ପାଇଁ ବଡ଼ ଘୋଷଣା କରାଯାଇଛି । ସରକାର କହିଛନ୍ତି ଯେ ବିଦେଶୀ କ୍ଲାଉଡ୍ କମ୍ପାନିଗୁଡ଼ିକୁ ୨୦୨୭ ଯାଏ ଟ୍ୟାକ୍ସ ଛାଡ଼ ମିଳିବ ।

ଏହି ଟିକସ ଛାଡ଼ ସେହି କମ୍ପାନିଗୁଡ଼ିକୁ ମିଳିବ, ଯେଉଁମାନେ ଭାରତରେ ନିର୍ମିତ ଡାଟା ସେଣ୍ଟର ବ୍ୟବହାର କରିବେ । ଏହି କମ୍ପାନିଗୁଡ଼ିକ ଭାରତରୁ ସାରା ଦୁନିଆର ଗ୍ରାହକଙ୍କୁ କ୍ଲାଉଡ୍ ସର୍ଭିସ୍ ପ୍ରଦାନ କରିବେ । ଯଦି କୌଣସି ବିଦେଶୀ କମ୍ପାନି ଭାରତୀୟ ଗ୍ରାହକଙ୍କୁ ଭାରତୀୟ ରିସେଲରଙ୍କ ଜରିଆରେ ସର୍ଭିସ୍ ଦିଅନ୍ତି, ତେବେ ବି ଏହି ଟିକସ ଛାଡ଼ର ଲାଭ ପାଇ ପାରିବେ ।

ସରକାରଙ୍କ ଘୋଷଣା ଅନୁସାରେ, ଏହି ନିଷ୍ପତ୍ତି ଭାରତରେ ନିବେଶକୁ ବଢାଇବ । ବଡ଼ ଡାଟା ସେଣ୍ଟକ ନିର୍ମାଣ କରାଯିବ । ଏଆଇ ସହ ଜଡ଼ିତ ସେବା ବୃଦ୍ଧି ପାଇବ । ଏହାଦ୍ୱାରା ଯୁବପିଢିଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଡାଟାର ଆବଶ୍ୟକତା ଲଗାତାକ ବୃଦ୍ଧି ପାଉଛି । ଏଆଇ ଦୁନିଆରେ ଡାଟା ସେଣ୍ଟର ଅତ୍ୟନ୍ତ ଜରୁରୀ ହୋଇଛି ।

ଯଦି କମ୍ପାନିଗୁଡ଼ିକ ଭାରତର ଡାଟା ସେଣ୍ଟର ବ୍ୟବହାର କରିନ୍ତି, ତେବେ ଆପ୍ସ ଓ ୱେବସାଇଟ୍ ସ୍ପିଡ୍ ବଢିପାରେ । ଏହି ଫରକ ଖାସକରି ଗେମିଂ, ଭିଡିଓ ଓ କ୍ଲାଉଡ୍ ଆଧାରିତ ଆପ୍ସରେ ଦେଖିବାକୁ ମିଳିବ । କମ୍ପାନିଗୁଡ଼ିକର ପରିଚାଳନା ଖର୍ଚ୍ଚ ମଧ୍ୟ କମ ହେବ । ଭାରତରେ ଡାଟା ସେଣ୍ଟର ରହିବା ଦ୍ୱାରା ନିୟମ ଅନୁପାଳନ ସହଜ ହେବ । ଏହାଦ୍ୱାରା ୟୁଜର ଡାଟା ଉପରେ ସରକାରୀ ନିରୀକ୍ଷଣ ବଢିବ ।