ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି, ବନ୍ଦ ରହିବ ସାଧାରଣ ଦର୍ଶନ

NEWS7
cyclone-remal-to-impact-west-bengal-adjoining-bangladesh

ପୁରୀ ୦୬।୦୧ : ବୁଧବାର ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ତଥା ବନକଲାଗି ନୀତି ହେବ। ଏଥିପାଇଁ ଅପରାହ୍ଣରେ ଦର୍ଶନ କଟକଣା ରହିବ। ବନକଲାଗି ସମୟରେ ସର୍ବସାଧାରଣ ଠାକୁର ଦର୍ଶନ ବନ୍ଦ ରହିବ।

ଦ୍ୱିତୀୟ ଭୋଗମଣ୍ଡପ ପରେ ଠାକୁରଙ୍କ ଏହି ସ୍ୱତନ୍ତ୍ର ନୀତି ହେବ। ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଏହି ନୀତି ସମ୍ପାଦନ କରିବେ । ବନକଲାଗି ଶେଷ କରି ଦତ୍ତମହାପାତ୍ର ସେବାୟତମାନେ ଗର୍ଭଗୃହ ବାହାରକୁ ଆସିଲେ ସିଂହାସନ ଧୁଆ ସହ ମହାପ୍ରଭୁଙ୍କ ମହାସ୍ନାନ ଆଦି ନୀତି ବଢ଼ି ପୁନଃ ଠାକୁରଙ୍କ ଦର୍ଶନ ଆରମ୍ଭ ହେବ। ଏଥର ୩୪ ଦିନ ବ୍ୟବଧାନରେ ହେଉଛି ମହାପ୍ରଭୁଙ୍କ ବନକଲାଗି। ଗତ ଡ଼ିସେମ୍ବର ମାସ ୩ ତାରିଖ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇଥିଲା। ଏହାପରେ ଜାନୁୟାରୀ ୭ରେ ବନକଲାଗି ପାଇଁ ସ୍ଥିର ହୋଇଛି। ପୂର୍ବ ବର୍ଷ ମାନଙ୍କରେ ଡିସେମ୍ବର ୧୨ ତାରିଖରୁ ୨୦ ତାରିଖ ମଧ୍ୟରେ ଠାକୁରଙ୍କ ବନକଲାଗି ନୀତି ହୋଇଥିଲା। ବନକଲାଗି ଦ୍ୱାରା ଠାକୁରଙ୍କ ଶ୍ରୀମୁଖ ଝଟକି ଉଠେ।