କନିଆ ସାଜିଲେ ବିଗ୍‌ବସ୍-୯ ଫେମ୍ ରୂପଲ ତ୍ୟାଗି, ବିଦାୟୀରେ ହେଲେ ଇମୋସନାଲ

NEWS7
cyclone-gulab-to-be-effect-odisha-and-andhra-pradesh

ନୂଆଦିଲ୍ଲୀ ୧୦।୧୨; ଟିଭି ଅଭିନେତ୍ରୀ ରୂପଲ ତ୍ୟାଗୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କର ଦୀର୍ଘଦିନର ପ୍ରେମିକ ନୋମିଶ ଭାରଦ୍ୱାଜଙ୍କୁ ଡିସେମ୍ବର ୫ ତାରିଖରେ ବାହା ହୋଇଥିଲେ। ଏହି ଦମ୍ପତିଙ୍କର ଏକ ଇଣ୍ଟିମେଣ୍ଟ ବିବାହ ହୋଇଥିଲା। ଯେଉଁଥିରେ କେବଳ ଉଭୟ ପରିବାର ଏବଂ ନିକଟତର ବନ୍ଧୁମାନେ ସାମିଲ ହୋଇଥିଲେ।

ନିକଟରେ ଅଭିନେତ୍ରୀ ଇନଷ୍ଟାଗ୍ରାମରେ ବିବାହ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ଦମ୍ପତିଙ୍କ ରୋମାନ୍ସ ଦେଖିବାକୁ ମିଳିଛି। ପ୍ରଶଂସକମାନେ ରୂପଲ ଓ ନୋମିଶଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ କରୁଛନ୍ତି।ଗୋଟିଏ ଫଟୋରେ, ନୋମିଶ ତାଙ୍କ ରୂପଲଙ୍କ କପାଳରେ କିସ୍ ଦେଉଥିବାର ଦେଉଥିବାର ଦେଖିବାକୁ ମିଳିଥିଲା। ରୂପଲ ଲାଲ ଲେହେଙ୍ଗାରେ ସୁନ୍ଦର ଦେଖାଯାଉଥିବା ବେଳେ ନୋମିଶ ହଳଦିଆ ରଙ୍ଗର ସେରୱାନୀ ପିନ୍ଧିଛନ୍ତି। ବିବାହରେ ବର ପରିବାର ଏବଂ ବନ୍ଧୁମାନଙ୍କ ସହିତ ଖୁବ୍ ନାଚିଥିଲେ।

ରୂପଲ ବିବାହର କ୍ୟାଣ୍ଡିଡ୍ ଫଟୋ ପୋଷ୍ଟ କରିଥିଲେ। ପଗଡ଼ି ପିନ୍ଧିଥିବା ବର ବିବାହ ରୀତିନୀତି କରୁଥିବା ବେଳେ ରୂପଲଙ୍କ ବଧୂ ବେଶରେ ଏଣ୍ଟ୍ରି କରୁଥିବାର ଝଲକ ଦେଖାଯାଇଥିଲା। ମଞ୍ଚରେ, ନୋମିଶ ରୂପଲଙ୍କ ହାତରେ କିସ୍ ଦେଇଥିଲେ ଏବଂ ତାଙ୍କୁ ଆଲିଙ୍ଗନ କରିଥିଲେ।

ଅନ୍ୟ ଏକ ଫଟୋରେ ନୋମିଶ ଅଭିନେତ୍ରୀଙ୍କ କପାଳରେ ସିନ୍ଦୁର ଲଗାଇ ତାଙ୍କ ବେକରେ ମଙ୍ଗଳସୂତ୍ର ପିନ୍ଦାଉଥିବାର ନଜର ଆସିଛନ୍ତି। ବିବାହ ରୀତିନୀତି ପାଳନ କରିବା ସମୟରେ ଅଭିନେତ୍ରୀ ଭାବପ୍ରବଣ ହୋଇଯାଇଥିଲେ। ପ୍ରଶଂସକମାନେ ଦମ୍ପତିଙ୍କ ବିବାହ ଫଟୋରେ ପ୍ରେମ ବର୍ଷା କରୁଛନ୍ତି।

ବିଦାୟୀ ସମୟରେ ରୂପଲଙ୍କୁ ଭାବପ୍ରବଣ ହେଉଥିବାର ଦେଖିବାକୁ ମିଳୁଛି। ଏହି ସୁନ୍ଦର ଫଟୋ ଗୁଡ଼ିକ ପୋଷ୍ଟ କରି ରୂପଲ ଏକ ସୁନ୍ଦର କ୍ୟାପସନ ମଧ୍ୟ ଲେଖିଛନ୍ତି କି-ତାଙ୍କ ଜୀବନରେ ଏକ ନୂଆ ଅଧ୍ୟାୟରେ ପ୍ରବେଶ କରିବାକୁ ନେଇ ବହୁତ ଖୁସି।

ରୂପଲଙ୍କ ସ୍ୱାମୀ ନୋମିଶ ଭରଦ୍ୱାଜ, ଜଣେ ଆନିମେସନ୍ ପ୍ରଫେସନାଲ୍ ଏବଂ ଲସ୍ ଆଞ୍ଜେଲସ ରୁହନ୍ତି। ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ରୂପଲ ବହୁତ ଦିନ ଧରି ପରଦାରୁ ଦୂରେଇ ରହିଛନ୍ତି। "ସପନେ ସୁହାନେ ଲଡକପନ କେ" ଶୋ’ ମାଧ୍ୟମରେ ଫେମ୍ ହାସଲ କରିଥିଲେ। ସେ ବିଗ୍ ବସ୍ ୯, ଝଲକ ଦିଖଲା ଜା ଏବଂ ରଞ୍ଜୁ କି ବିଟିଆନ୍ ଭଳି ଶୋ’ରେ ନଜର ଆସିଥିଲେ ।