Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆରବ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବାତ୍ୟା ‘ବିପରଯୋୟ’, ଜାଣନ୍ତୁ କେଉଁ ଆଡକୁ ବଢୁଛି ବିପଦ

6/06/2023 at 5:37 PM

ନୂଆଦିଲ୍ଲୀ ୬।୬: ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ମଙ୍ଗଳବାର କହିଛନ୍ତି ଯେ ଗୁଜରାଟର ଦକ୍ଷିଣ ପୋର ବନ୍ଦରର ଦକ୍ଷିଣ-ପୂର୍ବ ଆରବ ସାଗରରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଦିଗକୁ ଅଗ୍ରସର ହୋଇପାରେ। ଏହାକୁ ବାଂଲାଦେଶ ‘ବିପରଯୋୟ’ ନାମରେ ନାମିତ କରିଥିବା ବେଳେ ମଙ୍ଗଳବାର ସକାଳ ସୁଦ୍ଧା ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଗୋଆରୁ ପାଖାପାଖି ୯୨୦ କିଲୋମିଟର, ଦକ୍ଷିଣ-ଦକ୍ଷିଣପଶ୍ଚିମ ମୁମ୍ବାଇରୁ ୧,୧୨୦ କିଲୋମିଟର, ଦକ୍ଷିଣ ପୋର ବନ୍ଦରରୁ ୧,୧୬୦ କିଲୋମିଟର, ଦକ୍ଷିଣ କରାଚୀରୁ ୧,୫୨୦ କିଲୋମିଟର ଦୂରରେ  ରହିଛି।

ଆସୁଛି ବାତ୍ୟା, ଘଣ୍ଟାପ୍ରତି ପବନର ବେଗ ୧୨୫ କିମି !

ଏ ନେଇ ଆଇଏମଡି ସୋମବାର ସୂଚିତ କରିଥିଲେ। ଏହା କ୍ରମଶଃ ଘନିଭୂତ ହେବା ପରେ କେଉଁ ଆଡକୁ ଗତି କରିବ ତାହା ସ୍ପଷ୍ଟ ହେବ। ତେବେ ମହାସାଗରରେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣିବାତ୍ୟା କେରଳ ମୁହାଁଇଥିବା ଦକ୍ଷିଣ-ପଶ୍ଚିମ ମୌସୁମୀକୁ ପ୍ରଭାବିତ କରିପାରେ ବୋଲି ଆଇଏମଡି ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ମୌସୁମୀ କେରଳକୁ କେବେ ପହଞ୍ଚିବ ସେ ନେଇ ଆଇଏମଡି ଏପର୍ଯ୍ୟନ୍ତ ସମ୍ଭାବିତ ଦିନ ଧାର୍ଯ୍ୟ କରିନାହାନ୍ତି। ଦକ୍ଷିଣ-ପଶ୍ଚିମ ମୌସୁମୀ ସାଧାରଣତଃ ଜୁନ ୧ ତାରିଖ ପାଖାପାଖି ୭ ଦିନର ମାନକ ବିଚଳନ ସହିତ କେରଳକୁ ପ୍ରବେଶ କରିଥାଏ। ଏଣୁ ଆଇଏମଡି ମେ ମଝି ସପ୍ତାହ ବେଳକୁ ମୌସୁମୀର ଯେଉଁ ପୂର୍ବାନୁମାନ କରିଥିଲେ, ଏଥିରେ ଜୁନ ୪ ତାରିଖ ସୁଦ୍ଧା ମୌସୁମୀ କେରଳ ପହଞ୍ଚିବ ବୋଲି ପୂର୍ବାନୁମାନ କରିଥିଲେ।

ତେବେ ଦକ୍ଷିଣ-ପଶ୍ଚିମ ମୌସୁମୀ ୨୦୨୨ ମସିହାରେ ମେ ୨୯ରେ ଆଗୁଆ କେରଳ ପ୍ରବେଶ କରିଥିବା ବେଳେ ୨୦୨୧ ମସିହାରେ ଜୁନ ୩ ତାରିଖ, ୨୦୨୦ରେ ୧ ଜୁନ, ୨୦୧୯ରେ ୮ ଜୁନ ଓ ୨୦୧୮ରେ ମେ ୨୯ ତାରିଖ ଦିନ କେରଳକୁ ପ୍ରବେଶ କରିଥିଲା। ସମୁଦ୍ରରେ ଏଲ-ନିନୋ ସ୍ଥିତି ଉପୁଜିଛି, ତେବେ ଏହା ମୌସୁମୀକୁ ପ୍ରଭାବିତ କରିବନି ବୋଲି ଆଇଏମଡି ପୂର୍ବାନୁମାନ କରିଥିଲେ। ସେହିପରି ମୌସୁମୀ କାଳରେ ଦେଶରେ ସ୍ୱଭାବିକ ବର୍ଷାଅନୁମାନ ମଧ୍ୟ କରିଛନ୍ତି।

ଆସନ୍ତା ୧୫ ପରେ ଓଡିଶା ଛୁଇଁପାରେ ମୌସୁମୀ, ଲଘୁଚାପ ଯୋଗୁଁ ବିଳମ୍ବରେ ଆସିପାରେ

ତେବେ ବୈଜ୍ଞାନିକମାନେ କହିଛନ୍ତି ଯେ କେରଳକୁ ମୌସୁମୀ ପହଞ୍ଚିବାରେ ବିଳମ୍ବର ଏହା ମାନେ ନୁହେଁ ଯେ ଦେଶର ଅନ୍ୟ ଅଞ୍ଚଳକୁ  ପହଞ୍ଚିବାରେ ବିଳମ୍ବ କରିବ। ଏହା ଦ୍ୱାରା ମୌସୁମୀ କାଳରେ ମୋଟ ମୌସୁମୀ ବର୍ଷା ଉପରେ ମଧ୍ୟ କୌଣସି ପ୍ରଭାବ ପଡେ ନାହିଁ। ଆଇଏମଡି ପୂର୍ବରୁ କହିଛନ୍ତି ଯେ ଭାରତରେ ଏଲ-ନିନୋର ପରିବର୍ତ୍ତିତ ପରିସ୍ଥିତି ସତ୍ତ୍ୱେ ଦକ୍ଷିଣ-ପଶ୍ଚିମ ମୌସୁମୀ କାଳରେ ସ୍ୱଭାବିକ ବର୍ଷାର ପୂର୍ବାନୁମାନ କରାଯାଉଛି। ତେବେ ଉତ୍ତର-ପଶ୍ଚିମ ଭାରତରେ ସ୍ୱଭାବିକରୁ କମ୍‌ ବର୍ଷାର ଆଶଙ୍କା କରାଯାଉଛି। ତେବେ ପୂର୍ବ-ଉତ୍ତରପୂର୍ବ, ମଧ୍ୟ ଓ ଦକ୍ଷିଣ ପେନିନସୁଲାରେ ଦୀର୍ଘ ଅବଧି (ଏଲପିଏ) ହାର ୮୭ ସେଣ୍ଟିମିଟର ହିସାବରେ ୯୪ରୁ ୧୦୬ ପ୍ରତିଶତ ବର୍ଷା ଆକଳନ କରିଛନ୍ତି।     

   Related Posts