Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆସନ୍ତା ୧୫ ପରେ ଓଡିଶା ଛୁଇଁପାରେ ମୌସୁମୀ, ଲଘୁଚାପ ଯୋଗୁଁ ବିଳମ୍ବରେ ଆସିପାରେ

6/06/2023 at 2:40 PM

ଭୁବନେଶ୍ବର ୬।୬: ଆସନ୍ତା ୧୫ ତାରିଖ ପରେ ଓଡିଶା ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆରବ ସାଗରରେ ଲଘୁଚାପ ସୃଷ୍ଟି ହେବା ଯୋଗୁଁ ବିଳମ୍ବରେ ଆସିପାରେ ମୌସୁମୀ । କେରଳ ଅଭିମୁଖେ ବଢୁଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ଏହା ବିଳମ୍ବିତ କରୁଛି । ଏହା ପ୍ରଭାବରେ ୮ତାରିଖରୁ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ଖରା ହେବା ସମ୍ଭାବନା ରହିଛି । ୪୦ରୁ ୪୫ ଡିଗ୍ରୀ ଛୁଇଁପାରେ ତାପମାତ୍ରା ।

ସେପଟେ ଆରବ ସାଗରରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟାର ରୂପ ନେଇଛି । ଏହା ଏବେ ପୂର୍ବ ମଧ୍ୟ ଏବଂ ଦକ୍ଷିଣ ପୂର୍ବ ଆରବ ସାଗର ମଧ୍ୟରେ ଗୋଆ ଉପକୂଳଠାରୁ ୯୨୦ କିଲୋମିଟର ଦୂରରେ ସକ୍ରିୟ ରହିଛି । ୮ ତାରିଖ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେବ । ଆସନ୍ତା ୧୦ ତାରିଖ ଅପରାହ୍ନ ସୁଦ୍ଧା ଏହି ବାତ୍ୟା ଅତି ଭୀଷଣ ବାତ୍ୟାର ରୂପ ନେବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୫ କିଲୋମିଟର ରହିବ । ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ । ଏହାପରେ ଏହି ବାତ୍ୟା ସମୁଦ୍ର ଭିତରେ ଦୁର୍ବଳ ହୋଇଯିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ତେବେ ଏହାର ପ୍ରଭାବରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ମୁମ୍ବାଇ-କୋଙ୍କଣ କ୍ଷେତ୍ରରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।

You Can Read :

   Related Posts