Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆସୁଛି ବାତ୍ୟା, ଘଣ୍ଟାପ୍ରତି ପବନର ବେଗ ୧୨୫ କିମି !

6/06/2023 at 2:23 PM

ନୂଆଦିଲ୍ଲୀ ୦୬।୦୬ : ଆରବସାଗରରେ ବାତ୍ୟା । ସମୁଦ୍ର ଭିତରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟା ରୂପ ନେଇଛି। ଏହା ଏବେ ପୂର୍ବ ମଧ୍ୟ ଏବଂ ଦକ୍ଷିଣପୂର୍ବ ଆରବ ସାଗର ମଧ୍ୟରେ ଗୋଆ ଉପକୂଳଠାରୁ ୯୨୦କିଲୋମିଟର ଦୂରରେ ସକ୍ରିୟ ରହିଛି ।

ଖବର ଅନୁଯାୟୀ,  ୮ ତାରିଖ ସୁଦ୍ଧା ଏହା ଭୀଷଣ ବାତ୍ୟା ରୂପ ନେବ । ଆସନ୍ତା ୧୦ ତାରିଖ ଅପରାହ୍ନ ସୁଦ୍ଧା ଏହି ବାତ୍ୟା ଅତି ଭୀଷଣ ବାତ୍ୟାର ରୂପ ନେବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୫ କିଲୋମିଟର ରହିବ । ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ । ଏହାପରେ ଏହି ବାତ୍ୟା ସମୁଦ୍ର ଭିତରେ ଦୁର୍ବଳ ହୋଇଯିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ତେବେ ଏହାର ପ୍ରଭାବରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ମୁମ୍ବାଇ-କୋଙ୍କଣ କ୍ଷେତ୍ରରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଏପଟେ ଏହା କେରଳ ଅଭିମୁଖେ ବଢୁଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ବିଳମ୍ବିତ କରୁଛି ।  

You Can Read :

   Related Posts