ବାଲିଯାତ୍ରା ୨୦୨୫
LIVE TV

କେବେ ସରିବ ଦାଦନ ଦୁଃଖ ? ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଆଲୋଡନ

NEWS7
cruise-drug-case-aryan-khan-bail-to-be-heard-again-today-ncb-made-serious-allegations-in-court

ଦିଗପହଣ୍ଡି ୧୧/୧୧:  ମୁଁ ରୋଜଗାର କରିବି । ଘରେ ଆଉ  ଅଭାବ ରହିବନି । ଦାନା ଗଣ୍ଡାଏ ପାଇଁ ସଂଘର୍ଷ କରିବାକୁ ପଡିବନି । ବାପାଙ୍କ କାନ୍ଧରୁ ପରିବାର ପ୍ରତିପୋଷଣ ବୋଝ ହାଲୁକା ହୋଇଯିବ । ଘର ପାଇଁ ଏମିତି କେତେ କଣ ସ୍ବପ୍ନ ଦେଖିଥିଲା ଗୋଟିଏ ପୁଅ । ହେଲେ ସବୁ ସ୍ବପ୍ନ ରହିଗଲା ଅଧୁରା । ଦାଦନ ଖଟିବାକୁ ଯାଇଥିବା ପୁଅ ଘରକୁ ଫେରିଛି । ହେଲେ ତା ଆସିବା ଖବରରେ ପୁରା ଗାଁ ନିରବି ଯାଇଛି । ନିରବତା ଭିତରେ ଶୁଭୁଛି ଖାଲି କାନ୍ଦ ବୋବାଳି ଓ ଚିତ୍କାର । ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ବାହୁନି କାନ୍ଦୁଚି ମାଆ । ସାଂଗ ସାଥୀ, ଆତ୍ମୀୟ ସ୍ବଜନ, ସ୍ଥାନୀୟ ଲୋକଙ୍କ  ଆଖିରେ ଲୁହ ।  କାରଣ ଗାଁର ପୁଅ ଫେରିଛି ଶବ ହୋଇ । ଗୋଟିଏ ପ୍ରଶ୍ନ ସମସ୍ତେ ପଚାରିଚାଲିଛନ୍ତି କେବେ ଶେଷ ହେବ ଦାଦନ ଦୁଃଖ ।

ରାଜ୍ୟ ବାହାରେ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ଆଲୋଡନ ସୃଷ୍ଟି କରିଛି ।  ମୃତକ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗାଁର ଚେରୁ ବେହେରାଙ୍କ ଏକମାତ୍ର ପୁଅ ରାଜେନ୍ଦ୍ର ବେହେରା । ମୁମ୍ବାଇରେ ଦାଦନ ଶ୍ରମିକ ଭାବରେ କାମ କରିବା ପାଇଁ ଅନ୍ୟ ୨ ସାଂଗଙ୍କ ସହ ଘରୁ ବାହାରିଥିଲେ । ରବିବାର ୩ଜଣ ମୁମ୍ବାଇର ସାମ୍ବାଜି ରେଳ ଷ୍ଟେସନରେ ପହଞ୍ଚିଥିଲେ । ପ୍ରଥମେ ୨ ସାଂଗ ଟ୍ରେନରୁ ଓହ୍ଲାଇ ପଡିଥିଲେ । ରାଜେନ୍ଦ୍ର ଲଗେଜ ଧରି ଓହ୍ଲାଇବା ବେଳେ ଟ୍ରେନ ଛାଡିଦେଇଥିଲା । ଆଉ ଟ୍ରେନ ଲାଇନରେ ପଡିଯାଇଥିଲେ ରାଜେନ୍ଦ୍ର । ଟ୍ରେନରେ କଟି ସଂଗେ ସଂଗେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସଙ୍ଗେ ସଙ୍ଗେ ରେଲୱେ ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ କରିଥିଲେ । ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ସ୍ଥାନୀୟ ବିଧାୟକ ସିଦ୍ଧାନ୍ତ ମହାପାତ୍ର,  ସେଠାକାର ପ୍ରଶାସନ ଓ ରେଳବାଇ ପୋଲିସ ଅଧିକାରୀଙ୍କ ସହ କଥା ହୋଇ ମୃତଦେହ ଗାଁକୁ ଆଣିବାର ବ୍ୟବସ୍ଥା କରିଥିଲେ । ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି ।