ନିମାପଡ଼ା ୨୧।୦୭ : ବଳଙ୍ଗା ଥାନାରେ ୮ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍। ରବିବାର ରାତିରୁ ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ଏହି ଟିମ୍ରେ ତିନି ଜଣ ମହିଳା ଅଫିସର ଅଛନ୍ତି । କ୍ରାଇମବ୍ରାଞ୍ଚ ଟିମ୍ ପୀଡିତାଙ୍କ ଅଷ୍ଟମ ଶ୍ରେଣୀ ସାଙ୍ଗ ସହିତ ପରିବାର ଲୋକଙ୍କୁ ପଚରାଉଚରା କରୁଛନ୍ତି ।
ଖବର ଅନୁଯାୟୀ, ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତିନି ଜଣ ଦୁର୍ବୃତ୍ତ ନିଆଁରେ ପୋଡ଼ି ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ଆସିଥିଲେ । ଏପିରିକି ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରୁ ଭୁବନେଶ୍ୱର ସ୍ଥିତ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ରବିବାର ଅପରାହ୍ନ ସମୟରେ ଗୁରୁତର ନାବାଳିକାଙ୍କୁ ନୂଆଦିଲ୍ଲୀ ସ୍ଥିତ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଏହି ଘଟଣାରେ କିଏ କିଏ ସାମିଲ ଅଛନ୍ତି । ସେନେଇ ଆକ୍ସନ ମୋଡ଼କୁ ଆସିଛନ୍ତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର । ଘଟଣାରେ ପୋଲିସ ତଦନ୍ତ କରୁଥିବା ବେଳେ କ୍ରାଇମବ୍ରାଞ୍ଚ ମଧ୍ୟ ଛାନ୍ଭିନ୍ ଜାରି ରଖିଛି । ଏହିକ୍ରମରେ କ୍ରାଇମବ୍ରାଞ୍ଚ ଟିମ୍ ରବିବାରଠୁ ବଳଙ୍ଗା ଥାନାରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । । ଏହି ଟିମ୍ରେ ତିନି ଜଣ ମହିଳା ଅଫିସର ଅଛନ୍ତି । କ୍ରାଇମବ୍ରାଞ୍ଚ ଟିମ୍ ପୀଡିତାଙ୍କ ଅଷ୍ଟମ ଶ୍ରେଣୀ ସାଙ୍ଗ ସହିତ ପରିବାର ଲୋକଙ୍କୁ ପଚରାଉଚରା କରୁଛନ୍ତି ।