ବ୍ରହ୍ମପୁର ୧୮।୬: କ୍ରାଇମ୍ ସ୍ପଟ୍ରେ କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମବ୍ରାଞ୍ଚ ଆଇଜି ଏସ୍ ସାଇନି ଏବଂ ତାଙ୍କ ଟିମ୍ ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି । ଗୋପାଳପୁରର ବେଳାଭୂମିର ଗେଷ୍ଟହାଉସ ପଛପଟେ ସୋମବାର ରାତିରେ ଏଭଳି ସାଂଘାତିକ ଘଟଣା ଘଟିଥିଲା । ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରିଥିଲେ । କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତ କରିଛି । ଘଟଣାସ୍ଥଳର ପାଖାପାଖି ୩ ଶହ ମିଟର ଭିତରେ ଘଟିଥିବା ଘଟଣାର ଯାଞ୍ଚ କରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ଯୁବତୀ ଜଣକ ପୁରୁଷ ବନ୍ଧୁଙ୍କ ସହ କେଉଁ ସ୍ଥାନରେ ବସିଥିଲେ । ୧୦ଜଣ ଯୁବକ କେଉଁଠି ପୁରୁଷ ବନ୍ଧୁଙ୍କୁ ଅଟକ ରଖିଥିଲେ । ସେଠାରୁ ଯୁବତୀଙ୍କୁ କେତେ ଦୂର ନେଇ ଗଣଦୁଷ୍କର୍ମ କରିଥିଲେ ? ଏ ତମାମ ବିଷୟ ଉପରେ ଟିକିନିଖି ତଦନ୍ତ କରିଥିଲେ । ଏଥିସହିତ ଏହି ଟିମ୍ ମଧ୍ୟ ଅଭିଯୁକ୍ତ ମାନଙ୍କୁ ପଚରାଉଚରା କରିଛି ।
ଏଭଳି ଘଟଣାକୁ ବିଭିନ୍ନ ସଂଗଠନ, ରାଜନୈତିକ ଦଳ ନିନ୍ଦା କରିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ବିଟ୍ କରି ଉଦ୍ବେଗ ପ୍ରକାଶ କରିଛନ୍ତି । ସେପଟେ ବିରୋଧୀ ଗଞ୍ଜାମର ଆଇନ ଶୃଙ୍ଖଳା ନେଇ ସରକାରଙ୍କୁ ଘେରିଛନ୍ତି । ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ବିରୋଧୀଙ୍କ ଏଭଳି ଆକ୍ଷେପର ଜବାବ ଦେଇଛନ୍ତି । ଏହି ବେଳାଭୂମିକୁ ବ୍ଲୁ ଫ୍ଲାଗ ପାଇଁ ତତ୍କାଳୀନ ସରାକର ଅନୁମତି ଦେଇଥିଲେ । ମଦ ବିକ୍ରି ପାଇଁ ଅନୁମତି ଦେଇଥିଲେ । ଏବେ ଏସବୁ ଉଚ୍ଛେଦ କରାଯିବ ବୋଲି କହିଛନ୍ତି ।
ବେଳାଭୂମିରେ ରାଜସ୍ବ ଅଧିକାରୀ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ଖୁବ୍ଶୀଘ୍ର ଉଚ୍ଛେଦ ପାଇଁ ଓଟିଡିସିର ଅନୁମତି ଅଣାଯିବ ବୋଲି କହିଛନ୍ତି । ବେଳାଭୂମିରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଉଛି ଏବଂ ଅପରାହ୍ନ ୪ଟାରୁ ରାତି ସାଢେ ୯ଟା ପର୍ଯ୍ୟନ୍ତ ପାଟ୍ରୋଲିଂ କରାଯାଉଥିବା କହିଛନ୍ତି କର୍ମଚାରୀ । ତେବେ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ପାଇଁ ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଉଛି । ଦରକାର ପଡ଼ିଲେ ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ନିଆଯିବ ଏବଂ ସେମାନଙ୍କର ଟିଆଇ ପରେଡ ହୋଇପାରେ ।
You Can Read:
ପାରିବାରିକ କଳହରୁ ବିଷ ପିଇଲେ ଗୋଟିଏ ପରିବାରର ୩ ସଦସ୍ୟ : ଶାଶୁ-ବୋହୂ ମୃତ, ପୁଅ ଗୁରୁତର