ସଲମାନ ଖାନଙ୍କ କୋ-ଷ୍ଟାର ପ୍ରବୀଣା ଦେଶପାଣ୍ଡେଙ୍କ ମୃତ୍ୟୁ, ୬୦ ବର୍ଷ ବୟସରେ ଦେହାନ୍ତ

NEWS7
crime-branch-stf-team-arrested-mining-mafia-nitu-manshing

ମୁମ୍ୱାଇ ୧୮/୦୨:ବଲିଉଡ ପାଇଁ ଦୁଃଖଦ ଖବର । ପରଲୋକରେ ଜଣାଶୁଣା ବର୍ଷିୟାନ ଅଭିନେତ୍ରୀ ପ୍ରବୀଣା ଦେଶପାଣ୍ଡେ । ୬୦ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ପ୍ରବୀଣା । ଦୀର୍ଘ ଦିନ ହେବ କ୍ୟାନ୍ସରରେ ପୀଡ଼ିତ ଥିଲେ । ସଲମାନଙ୍କ ଫିଲ୍ମ ରେଡ୍ଡୀରେ ତାଙ୍କ ସହ କଳାକାର ଥିଲେ ପ୍ରବୀଣା ଦେଶପାଣ୍ଡେ । ପ୍ରବୀଣାଙ୍କ ପରଲୋକ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ତେବେ ତାଙ୍କ ବିୟୋଗକୁ ନେଇ ବଲିଉଡ଼ରେ ଶୋକର ଛାୟା ଖେଳାଯାଇଛି ।

ଏହି ଅଭିନେତ୍ରୀ ୨୦୧୯ ମସିହାରୁ ଚିକିତ୍ସାଧୀନ ଥିଲେ । କର୍କଟ ରୋଗ ସହିତ ଲଢି ଲଢି ସେ ଫେବୃଆରୀ ୧୭ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମଙ୍ଗଳବାର ଅପରାହ୍ନରେ ମୁମ୍ବାଇର ଅନ୍ଧେରୀ ପୂର୍ବର ଚକଲା ପାର୍ସିୱାଡାରେ ଏକ ହିନ୍ଦୁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା। ପ୍ରବୀଣା ଦେଶପାଣ୍ଡେ ସଲମାନ ଖାନଙ୍କ ସହିତ ତାଙ୍କ ଫିଲ୍ମ "ରେଡି"ରେ ମଧ୍ୟ କାମ କରିଥିଲେ।

​​​​​​​ପ୍ରବୀଣା ଦେଶପାଣ୍ଡେ ମରାଠୀ ଏବଂ ହିନ୍ଦୀ ଚଳଚ୍ଚିତ୍ର, ଟେଲିଭିଜନ, ଥିଏଟର ଏବଂ ୱେବ୍ ସିରିଜରେ କୋ-ଷ୍ଟାର ଭୂମିକା ପାଇଁ ଜଣାଶୁଣା ଥିଲେ। ସଲମାନ ଖାନ ଏବଂ ଆସିନଙ୍କ ଅଭିନୀତ "ରେଡି" ରେ ଶାଲୁ ଚୌଧରୀ ଭୂମିକା ପାଇଁ ତାଙ୍କୁ ଏବେ ବି ମନେ ରଖାଯାଏ। ପ୍ରବୀଣା ଜନ୍ ଆବ୍ରାହମଙ୍କ ସହିତ "ପରମାଣୁ: ଦି ଷ୍ଟୋରୀ ଅଫ୍ ପୋଖରାନ", ସିଦ୍ଧାର୍ଥ ମଲୋହୋତ୍ରାଙ୍କ ସହିତ "ଏକ ଭିଲେନ୍" ଏବଂ ରିଆ ଚକ୍ରବର୍ତ୍ତୀଙ୍କ ସହିତ "ଜଲେବି" ଭଳି ଫିଲ୍ମରେ ମଧ୍ୟ ନଜର ଆସିଥିଲେ।

ପ୍ରବୀଣା ଦେଶପାଣ୍ଡେ ଶେଷ ଥର ପାଇଁ ନୀରଜ ପାଣ୍ଡେଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ "ତସ୍କରୀ"ରେ ନଜର ଆସିଥିଲେ । ଯେଉଁଥିରେ ଇମ୍ରାନ ହାଶମୀ ଅଭିନୀତ ଥିଲେ। ସେ ନିକଟରେ "ଦି ଫ୍ୟାମିଲି ମ୍ୟାନ୍ ୩"ର ସୁଟିଂ ଶେଷ କରିଥିଲେ । ଯେଉଁଥିରେ ସେ ମନୋଜ ବାଜପେୟୀଙ୍କ ଚରିତ୍ରର ମାଆ ଭୂମିକାରେ ଅଭିନୟ କରିଥିଲେ।