ଚାକିରି କରାଇଦେବା ନାଁରେ ସାଙ୍ଘାତିକ ଠକେଇ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | May 23, 2025 IST

ଭୁବନେଶ୍ୱର ୨୩/୦୫: ବ୍ରିଟିଶ ଏଆର ୱେଜରେ ଚାକିରୀ କରାଇଦେବା ନାଁରେ ସାଙ୍ଘାତିକ ଠକେଇ । ଏଭଳି ଜଣେ ପେସାଦାର ଠକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଠକ ଜଣକ ହେଲା ବିଷ୍ଣୁ ପ୍ରସାଦ ପଟ୍ଟନାୟକ। ବିଷ୍ଣୁ ପ୍ରସାଦ ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ମୂଳ ବାସିନ୍ଦା। କିନ୍ତୁ ଠକେଇ କରିବାଲାଗି ସେ ଅଭିନଵ ଉପାୟ ପଞ୍ଚୁଥିଲା। 

ପ୍ରାୟ ସମୟ ବିଦେଶରେ ରହିବା, ବିୟମିତ ଭାବେ ଫ୍ଲାଇଟରେ ଯା ଆସ କରି ସେ ନିଜକୁ ଜଣେ ପ୍ରଭାବି ବ୍ୟକ୍ତି ଭାବେ ପ୍ରମାଣିତ କରୁଥିଲା। ତେବେ ଗୁଣୁପୁର ଥାନାରେ ହୋଇଥିବା ଅଭିଯୋଗ ମୁତାବକ, ବିଷ୍ଣୁ ପ୍ରସାଦ ଜଣେ ଏରୋ୍ନୋଟିକ୍ସ ଇଞ୍ଜିନିଅରଙ୍କୁ ବ୍ରିଟିଶ ଏୟାର ୱେଜରେ ଚାକିରୀ କରାଇଦେବା ନାଁରେ ପ୍ରଥମେ ୯୦ ଲକ୍ଷ ଟଙ୍କା ଠକି ନେଇଥିଲା। ସେହିପରି ଆଉଜଣେ ଏରୋନୋଟିକ ଇଞ୍ଜିନିଙ୍କୁ ଲୁଥାଂସା ଏୟାୱେରେ ଚାକିରୀ କରାଇଦେବା ନାରେ ୧୫ ଲକ୍ଷ ଠକିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। 

ରୋଚକ କଥା ହେଲା, ଉଭୟ ଇଞ୍ଜିନିଅଙ୍କୁ ଜାଲ ନିଯୁକ୍ତି ପତ୍ର ମଧ୍ୟ ଦେଇଥିଲା ବିଷ୍ଣୁ ପ୍ରସାଦ। ବହୁ ଦିନ ହେଲାଣି ପୋଲିସକୁ ଚକମା ଦେଇ ଫେରାର ଥିବା ବିଷ୍ଣକୁ ଶେଷରେ ଗିରଫ କରିଛି କ୍ରାଇବ୍ରାଞ୍ଚ, ତାଙ୍କୁ ରିମାଣ୍ଡରେ ଆଣି ଅଧିକ ପଚାର ଉଚରା କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.