ନୂଆଦିଲ୍ଲୀ: ଆଇପିଏଲ୍ର ପରବର୍ତ୍ତୀ ସଂସ୍କରଣ ପୂର୍ବରୁ ଭାରତୀୟ ଖେଳାଳିଙ୍କ ପାଇଁ ବିସିସିଆଇ ବଡ଼ ଘୋଷଣା କରିଛି । ବିସିସିଆଇ ସଚିବ ଜୟ ଶାହ ଶନିବାର ଘୋଷଣା କରି କହିଛନ୍ତି ଯେ ଆଗାମୀ ସଂସ୍କରଣରେ ଭାରତୀୟ ଖେଳାଳିଙ୍କୁ ପ୍ରତି ମ୍ୟାଚ୍ ପାଇଁ କନଟ୍ରାକ୍ଟ ବାହାରେ ୭.୫ ଲକ୍ଷ ଟଙ୍କା ମିଳିବ । ଯଦି କୌଣସି ଭାରତୀୟ ଖେଳାଳି ଗୋଟିଏ ଫ୍ରାଞ୍ଚାଇଜି ପାଇଁ ପୂରା ସିଜିନ୍ ଖେଳନ୍ତି ତେବେ ଅନୁବନ୍ଧ ରାଶି ବ୍ୟତୀତ ଅତିରିକ୍ତ ୧.୦୫ କୋଟି ଟଙ୍କା ଫ୍ରାଞ୍ଚାଇଜି ପକ୍ଷରୁ ଦିଆଯିବ ।
In a historic move to celebrate consistency and champion outstanding performances in the #IPL, we are thrilled to introduce a match fee of INR 7.5 lakhs per game for our cricketers! A cricketer playing all league matches in a season will get Rs. 1.05 crores in addition to his…
— Jay Shah (@JayShah) September 28, 2024
ବିସିସିଆଇ ସଚିବ ଜୟ ଶାହ ଏକ୍ସରେ ଲେଖିଛନ୍ତି, 'ଆଇପିଏଲରେ ନିରନ୍ତରତା ଏବଂ ଉନ୍ନତ ପ୍ରଦର୍ଶନର ଉତ୍ସବ ପାଇଁ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରି ଆମେ ଆମ କ୍ରିକେଟରଙ୍କୁ ପ୍ରତି ମ୍ୟାଚ୍ ପାଇଁ ୭.୫ ଲକ୍ଷ ଟଙ୍କା ମ୍ୟାଚ୍ ଫି’ ଦେବା ପାଇଁ ରୋମାଞ୍ଚିତ ଅଛୁ । ଗୋଟିଏ ସିଜିନରେ ସମସ୍ତ ଲିଗ୍ ମ୍ୟାଚ୍ ଖେଳିଥିବା କ୍ରିକେଟରଙ୍କୁ ନିଜ ଅନୁବନ୍ଧ ରାଶି ବ୍ୟତୀତ ଅତିରିକ୍ତ ୧.୦୫ କୋଟି ଟଙ୍କା ମିଳିବ । ପ୍ରତ୍ୟେକ ଫ୍ରାଞ୍ଚାଇଜି ସିଜିନ୍ ପାଇଁ ମ୍ୟାଚ୍ ଫି’ ବାବଦକୁ ୧୨.୬୦ କୋଟି ଟଙ୍କା ଆବଣ୍ଟିତ କରିବେ । ଏହା ଆଇପିଏଲ୍ ଏବଂ ଆମ ଖେଳାଳିଙ୍କ ପାଇଁ ଏକ ନୂଆ ଯୁଗ ଅଟେ ।'
ଆଇପିଏଲର ପୂର୍ବ ୧୭ ସିଜିନ୍ରେ ଖେଳାଳିଙ୍କୁ କେବଳ ସେମାନଙ୍କ ଅକ୍ସନ ଫି’ ଦରମା ରୂପେ ଦିଆଯାଉଥିଲା, କିନ୍ତୁ ପ୍ରଥମ ଖେଳାଳିଙ୍କୁ ଇଣ୍ଟରନ୍ୟାସନାଲ କ୍ରିକେଟ୍ ପରି ମ୍ୟାଚ୍ ଫି’ ମିଳିବ । ବିସିସିଆଇ ଏହି ଘୋଷଣା ପରେ ଅନୁମାନ କରାଯାଉଛି ଯେ ଆଗାମୀ ମେଗା ଅକ୍ସନରେ ଫ୍ରାଞ୍ଚାଇଜିଙ୍କ ପର୍ସ ପ୍ରାଇସ୍ ମଧ୍ୟ ୧୦୦ କୋଟି ଟଙ୍କାରୁ ବଢାଇ ୧୨୦ କୋଟି ଟଙ୍କା କରାଯାଇପାରେ ।