Live Live
LIVE

ବାପ-ମାଆ-ସ୍ତ୍ରୀ, ପୁଅ ନିହତ , ଇରାନ୍‌ର ନୂଆ ଆୟୋତୋଲ୍ଲା କେତେ ସୁରକ୍ଷିତ ? ମୋଜତାବାଙ୍କ ପରିବାରରେ ଆଉ ଅଛନ୍ତି କିଏ ?

NEWS7
cricket-match-in-phulbani

ନୂଆଦିଲ୍ଲୀ: ଇରାନର ନୂଆ ସୁପ୍ରିମ ଲିଡର ମୋଜତାବା ଖାମେନୀ ଏବେ ଆମେରିକା ଏବଂ ଇସ୍ରାଏଲର ବଡ ଶତ୍ରୁ । ପ୍ରଥମେ ତାଙ୍କୁ ହତ୍ୟା କରିବା ଆଇଡିଏଫର ଲକ୍ଷ୍ୟ । ସେପଟେ ବି ଡୋନାଲ୍ଡ ଟ୍ରମ୍ପ ଦେଇସାରିଛନ୍ତି ଧମକ । ଆଲ୍ଲୀ ଖାମେନୀଙ୍କ ପୁଅ ମୋଜତାବା ଖାମେନୀଙ୍କ ହାତରେ ଇରାନ୍ ଶାସନ ଛାଡିବା କୁ କଦାପି ଚାହାନ୍ତିନି ଟ୍ରମ୍ପ । ଏହି ଭିତରେ ଖବର ବି ଆସିଲାଣି ମୋଜତାବା ଆହତ । କିନ୍ତୁ ଇରାନ୍ର ସୁପ୍ରିମ୍ ଲିଡର ଘୋଷଣା ହେବା ପରେ ମୋଜତାବା ଆଗକୁ ଆସିନାହାନ୍ତି କିମ୍ବା ତାଙ୍କ ଉପରେ ଆକ୍ରମଣ ନେଇ ସେମିତି କିଛି ସ୍ପଷ୍ଟତା ମଧ୍ୟ ନାହିଁ । ତେବେ ସବୁଠୁ ବଡ ଖବର ହେଲା ଅଲ୍ଲି ଖାମେନୀଙ୍କ ପରିବାରର ଅନେକ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ଇସ୍ରାଏଲ୍ ଏବଂ ଆମେରିକା ଦାବି କରୁଛନ୍ତି । ଏହି ପରିପ୍ରେକ୍ଷିରେ ମୋଜତାବା ତାଙ୍କ ପରିବାରର କାହାକୁ କାହାକୁ ହରାଇଛନ୍ତି , ଆଉ କିଏ କିଏ ଜୀବିତ ଅଛନ୍ତି। ଏହା ଆହୁରି ବଡ ବଡ ପ୍ରଶ୍ନ ।

Also read: ମୋଜତାବାଙ୍କ ସମ୍ମାନରେ ସ୍ବତନ୍ତ୍ର ମିସାଇଲ୍ ମାଡ଼ କଲା ଇରାନ୍, ଥରିଲା ଇସ୍ରାଏଲ୍ !

ରିପୋର୍ଟ ଅନୁଯାୟୀ ଇସ୍ରାଏଲ୍—ଆମେରିକା ବିମାନ ଆକ୍ରମଣରେ ଇରାନ୍ର ନୂଆ ସର୍ବୋଚ୍ଚ ନେତା ମୋଜତାବା ତାଙ୍କର ଏକାଧିକ ଆତ୍ମିୟଙ୍କୁ ହରାଇଛନ୍ତି । ପତ୍ନୀ ଜାହାରା ହାଦଦ ଆଦେଲ୍ ଙ୍କ ମୃତ୍ୟୁ ହୋଇଛି। ଏହା ସହ ମୋଜତାବାଙ୍କ ଦୁଇ ପୁଅଙ୍କ ମଧ୍ୟରୁ ଜଣେ ମଧ୍ୟ ପ୍ରାଣ ହରାଇଛନ୍ତି । ମୋଜତାବାଙ୍କର ମୋଟ ତିନି ଜଣ ସନ୍ତାନ । ଏବେ ଜଣେ ଝିଅ ଓ ଜଣେ ପୁଅ ଜୀବିତ ଥିବା କୁହାଯାଉଛି । ତେବେ ଏ ନେଇ ଇରାନ୍ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।

ତେବେ ମୃତ୍ୟୁ ପର୍ଯ୍ୟନ୍ତ ଇରାନର ସୁପ୍ରିମ୍ ଲିଡର ଥିବା ଆୟୋତୋଲ୍ଲା ଅଲ୍ଲୀ ଖାମେନୀ ପ୍ରଥମେ ହିଁ ଇସ୍ରାଏଲ୍- ଆମେରିକାର ଶିକାର ହୋଇଥିଲେ । ତାହା ଥିଲା ମୋଜତାବାଙ୍କ ପାଇଁ ପ୍ରଥମ ଓ ସବୁଠୁ ବଡ ଆଘାତ। ଏହା ପରେ ଆମେରିକା-ଇସ୍ରାଏଲ୍ର ଲଗାତର ଏୟାର ଷ୍ଟ୍ରାଇକ୍ରେ ମୋଜତାବାଙ୍କ ମାଆ ମନ୍ସୌରେ ଖୋଜାସ୍ତେ ବାଘରଜାଦେଙ୍କ ମୃତ୍ୟୁ ହୋଇଥିଲା । ବାପ-ମାଆ, ସ୍ତ୍ରୀ -ପୁଅଙ୍କୁ ମିଶାଇ ଅତି ନିକଟତର ୪ ଆତ୍ମୀୟଙ୍କୁ ହରାଇଛନ୍ତି ମୋଜତାବା ।

Also read: ଭୁଲ୍ ପଦକ୍ଷେପ...ଇସ୍ରାଏଲ-ଆମେରିକା ମଧ୍ୟରେ ମତଭେଦ; ଭିନ୍ନ ମୋଡ ନେଉଛି ଇରାନ ଯୁଦ୍ଧ

ଏହା ବ୍ୟତୀତ ଅନ୍ୟ କିଛି ରିପୋର୍ଟ ଅନୁଯାୟୀ ମୋଜତାବାଙ୍କ ଆହୁରି ୪ ଜଣ ନିକଟ ସଂପର୍କୀୟ ମଧ୍ୟ ଆମେରିକା-ଇସ୍ରାଏଲ୍ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ସେମାନେ ହେଲେ, ମୋଜତାବାଙ୍କ ଭଉଣୀ, ଭିଣୋଇ, ଭାଣିଜୀ ଓ ଭଣଜା । ପରିବାରର ୮ ଜଣଙ୍କୁ ହରାଇଥିବା ମୋଜତାବା ସୋମବାର ଇରାନ୍ର ସର୍ବୋଚ୍ଚ ନେତା ଘୋଷିତ ହେବା ପରେ ପୁଣି ସାରା ଦେଶରେ ଲୋକେ ରାସ୍ତାକୁ ଓହ୍ଲାଇ ଆମେରିକା ଏବଂ ଇସ୍ରାଏଲ୍ ଆକ୍ରମଣର ବିରୋଧ କରିଛନ୍ତି। ଏହା ସହ ଇରାନ୍ ପକ୍ଷରୁ ଆକ୍ରମଣକୁ ଜୋରାଦାର କରାଯାଇଛି ।

ସୂଚନା ଯୋଗ୍ୟ ଯେ, ଦଶ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଇରାନ୍, ଲେବାନନ୍ ଏବଂ ଅନ୍ୟ ଦେଶରେ ମୋଟ ୧୩୩୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । କେତେ ହଜାର ଲୋକ ଆହତ ହୋଇଥିବା ବେଳେ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁ ସଂଖ୍ୟା ୭ ରେ ପହଞ୍ଚିଛି । ଅନ୍ୟପକ୍ଷରେ ଇସାଲାମିକ ରିପବ୍ଲିକ୍ର ୮୮ ଜଣିଆ ମୌଲାନା କମିଟି ୫୬ ବର୍ଷୀୟ ମୋଜତାବା ଖାମେନୀଙ୍କୁ ଦେଶରେ ସର୍ବୋଚ୍ଚ ନେତା ବାଛିବା ପରେ ଇରାନ୍ର ମିତ୍ର ରାଷ୍ଟ୍ର ଋଷ ଏବଂ ଚୀନ୍ ତାଙ୍କୁ ସ୍ବାଗତ କରିଛନ୍ତି ।