ଦେଶରେ ୧୩ % ବଢ଼ିଛି ସ୍ତନ କର୍କଟ; ଛତିଶଗଡ଼-ବିହାରରେ ଅଧିକ ,ଗର୍ଭାଶୟ କର୍କଟ ସବୁଠୁ ଘାତକ

NEWS7
creta-car-shattered-in-accident-on-yamuna-expressway

ନୂଆଦିଲ୍ଲୀ ୦୮ ।୨ : ଦେଶରେ ମହିଳାଙ୍କ ସ୍ୱାସ୍ଥ୍ୟ ଲାଗି କର୍କଟ ଏକ ଗମ୍ଭୀର ଚାଲେଞ୍ଜ ଭାବେ ଉଭା ହୋଇଛି । ରାଜ୍ୟସଭାରେ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଦବଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ସଦ୍ୟ ତଥ୍ୟ ଏହାର ଭୟାବହତାକୁ ଦର୍ଶାଉଛି । ସେହି ତଥ୍ୟ ଅନୁସାରେ, ୨୦୨୧ରୁ ୨୦୨୫ ମଧ୍ୟରେ ଦେଶରେ ବ୍ରେଷ୍ଟ କ୍ୟାନସର ବା ସ୍ତନ କର୍କଟର ନୂଆ ମାମଲା ଏବଂ ଏହାଯୋଗୁ ହେଉଥିବା ମୃତ୍ୟୁ ପ୍ରାୟ ୧୩ ପ୍ରତିଶତ ବଢ଼ିଛି ।

୨୦୨୫ରେ ସ୍ତନ କର୍କଟର ନୂଆ ମାମଲା ୨.୪୦ ଲକ୍ଷ ପାର୍ କରିବାର ଅନୁମାନ ରହିଛି ଯାହାକି ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଲାଗି ଏକ ବଡ଼ ଚାଲେଞ୍ଜ । ତେବେ ତଥ୍ୟର ବିଶ୍ଳେଷଣରୁ ଓଭାରିଆନ୍ କ୍ୟାନସର ବା ଗର୍ଭାଶୟ କର୍କଟ ସବୁଠୁ ଅଧିକ ଘାତକ ସାଜୁଥିବା ଜଣାପଡି଼ଛି । ସେହି ମାମଲାରେ ମୃତ୍ୟୁ ହାର ପ୍ରାୟ ୬୧ ପ୍ରତିଶତ ରହିଛି । ଏହାପରେ ସର୍ଭାଇକାଲ୍ କ୍ୟାନସରରେ ମୃତ୍ୟୁ ହାର ୫୪ ପ୍ରତିଶତ ଏବଂ ସ୍ତନ କର୍କଟରେ ମୃତ୍ୟୁ ହାର ୪୩ ପ୍ରତିଶତ ରହୁଥିବା ଜଣାପଡ଼ିଛି । ସେ ଆହୁରି କହିଛନ୍ତି ଯେ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନରେ ସର୍ବାଧିକ କର୍କଟ ମାମଲା ସାମ୍ନାକୁ ଆସିଛି ।

ଅଧିକ ପଢନ୍ତୁ-ପ୍ରତିଦିନ କେତେ ତେଲ ଖାଇବା ଦରକାର ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ବିହାର, ଛତିଶଗଡ଼ରେ କର୍କଟ ଗ୍ରାଫ୍ ସବୁଠୁ ତୀବ୍ର ଭାବେ ବଢ଼ିଛି । ଏହି ଦୁଇ ରାଜ୍ୟରେ ନୂଆ ମାମଲାରେ ପ୍ରାୟ ୨୧-୨୨ ପ୍ରତିଶତ ଏବଂ ମୃତ୍ୟୁ ମାମଲାରେ ୨୦ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି ଯାହାକି ଚିନ୍ତାଜନକ ବିଷୟ । ଏଭଳିକ୍ଷେତ୍ରରେ ରୋଗର ପ୍ରାଥମିକ ପର୍ଯ୍ୟାୟରେ ହିଁ ତାକୁ ଚିହ୍ନଟ ଲାଗି ସରକାର ୩୦ ବର୍ଷରୁ ଅଧିକ ବୟସର ମହିଳାଙ୍କ ଅନିବାର୍ଯ୍ୟ ସ୍କ୍ରିନିଂ ଉପରେ ଜୋର୍ ଦେଉଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଅଧିକ ପଢନ୍ତୁ-ମୁହଁରେ ହେଉଥିବା ଛୋଟମୋଟ ପରିବର୍ତ୍ତନକୁ କରନ୍ତୁନି ଅଣଦେଖା, ସାଧାରଣ ଫୋଟକା ବି ହୋଇପାରେ କର୍କଟ