Share Market Crash: ୪୩୬ ପଏଣ୍ଟ ଖସିଲା ସେନ୍‌ସେକ୍ସ, ତଥାପି ନିବେଶକଙ୍କ ଲାଭ ୭୨୦୦୦ କୋଟି ଟଙ୍କା

NEWS7
covaxin-phase-3-trial-data-submitted-by-bharat-biotech

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ମଙ୍ଗଳବାର ଲଗାତାର ଦ୍ୱିତୀୟ ଦିନରେ ବଡ଼ ହ୍ରାସ ଦେଖିଛି । ତେବେ ଅପରାହ୍ଣ ପରେ ଫାଇନାନ୍ସସିଆଲ୍ ସେୟାରରେ କ୍ରୟ ଓ ସ୍ମଲ୍‌କ୍ୟାପ୍ ସେୟରରେ ରିକଭରି ଦ୍ୱାରା ବଜାର ସାମନ୍ୟ ପ୍ରତ୍ୟାବର୍ତ୍ତନ କରିଥିଲା । ବିଏସଇ ସେନ୍‌ସେକ୍ସ ୪୩୬.୪୧ ଅଙ୍କ ବା ୦.୫୧ ପ୍ରତିଶତ ହ୍ରାସ ପାଇ ୮୪,୬୬୬.୨୮ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୧୨୦.୯୦ ଅଙ୍କ ବା ୦.୪୭ ପ୍ରତିଶତ ହ୍ରାସ ପାଇଁ ୨୫,୮୩୯.୬୫ ସ୍ତରରେ ବନ୍ଦ ହୋଇଛି ।

ଫାଇନାନ୍ସିଆଲ୍ ଷ୍ଟକ୍ସରେ କ୍ରୟ ଯୋଗୁ ନିଫ୍ଟି ବ୍ୟାଙ୍କ କେବଳ ୧୬ ପଏଣ୍ଟ ହ୍ରାସ ପାଇ ଫ୍ଲାଟ୍ ବନ୍ଦ ହୋଇଛି । ବ୍ରଡର ମାର୍କେଟରେ ବି ଭଲ ରିକଭରି ଦେଖିବାକୁ ମିଳିଥିଲା । ବିଏସ୍‌ଇ ମିଡ୍‌କ୍ୟାପ୍ ଇଣ୍ଡେକ୍ସ ୦.୬୦ ପ୍ରତିଶତ ଓ ସ୍ମଲ୍‌କ୍ୟାପ୍ ଇଣ୍ଡେକ୍ସ ୧.୨୭ ପ୍ରତିଶତ ବୃଦ୍ଧି ପାଇ ବନ୍ଦ ହୋଇଛି ।

ଅନ୍ୟପଟେ ସେକ୍ଟୋରାଲ ଇଣ୍ଡେକ୍ସର ମିଶ୍ରିତ ଆଭିମୁଖ୍ୟ ଦେଖିବାକୁ ମିଳିଥିଲା । ଆଇଟି ଓ ଟେଲିକମ ସେୟାରରେ ସବୁଠୁ ଅଧିକ ହ୍ରାସ ଦେଖବାକୁ ମିଳିଛି । ଅନ୍ୟପଟେ ଫାର୍ମା ଓ ଅଟୋ ସେୟାର ଇଣ୍ଡେକ୍ସ ମଧ୍ୟ ଲାଲ୍ ସଂକେତରେ ବନ୍ଦ ହୋଇଛି । ଅନ୍ୟପଟେ କଞ୍ଜୁମର ଡ୍ୟୁରେବଲ୍ସ, ପିଏସୟୁ ବ୍ୟାଙ୍କ, ମିଡିଆ, କେମିକାଲ ଓ ରିୟଲ୍ଟି ସେୟାରରେ ଭଲ କ୍ରୟ ଦେଖିବାକୁ ମିଳିଛି ।

ମିଡ୍‌କ୍ୟାପ୍ ଓ ସ୍ମଲ୍‌କ୍ୟାପ୍ ସେୟାରରେ ବୃଦ୍ଧି ଯୋଗୁ ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ମାର୍କେଟ୍ କ୍ୟାପ୍ ଆଜି ବଢି ୪୬୪.୯୩ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଏହା ୪୬୪.୧୯ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନିର ମାର୍କେଟ୍ କ୍ୟାପ୍ ପ୍ରାୟ ୭୨ ହଜାର କୋଟି ଟଙ୍କା ବଢିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ୭୨୦୦୦ କୋଟି ଲାଭ ହୋଇଛି । ଆଜି ସେନ୍‌ସେକ୍ସର ୨୨ ସେୟାର ଲାଲ୍ ସଂକେତରେ ବନ୍ଦ ହୋଇଥିବା ବେଳେ ଆଠଟି ସେୟାର ସବୁଜ ସଂକେତରେ ବନ୍ଦ ହୋଇଛି ।