ବଜେଟ୍‌କୁ ସମାଲୋଚନା କରିବାର ନବୀନଙ୍କ ପାଖରେ ନୈତିକ ସାହସ ନାହିଁ: ମନମୋହନ ସାମଲ୍

NEWS7
court-accepted-the-police-application-on-foreign-conspiracy-behind-attack-on-saif-ali-khan

ଭୁବନେଶ୍ଵର: ଚଳିତ ବଜେଟ ନେଇ ସରକାରୀ ଏବଂ ବିରୋଧୀ ଦଳ ଗୁଡ଼ିକ ପକ୍ଷରୁ ପ୍ରତିକ୍ରିୟା ଆସିବାରେ ଲାଗିଛି। ବଜେଟ୍ ୨୦୨୬କୁ ନିରାଶଜନକ କହିଥିଲେ ଓଡ଼ିଶାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବଜେଟ ନୈରାଶ ଜନକ ବୋଲି ନବୀନଙ୍କ ମନ୍ତବ୍ୟ ପରେ କଡା କାଉଣ୍ଟର କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

ସେ କହିଛନ୍ତି, ବିରୋଧୀ ଦଳ ଭାବେ ବିରୋଧ କରିବାକୁ ନବୀନ ବାବୁ ଏମିତି ବୟାନ ଦେଇଛନ୍ତି | ନବୀନଙ୍କ ପାଖରେ ନୈତିକତା ସାହସ ନାହିଁ କହିବାକୁ ବିଜେପି ସରକାର କମ ବେଶି କରୁଛନ୍ତି | ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ଯେତିକି ମାଗୁଥିଲେ ଆମେ ୫ ଗୁଣା ୧୦ ଗୁଣା ଅଧିକ ଦେଇଛୁ | କେବଳ ବିରୋଧ ଦଳ ହିସାବରେ ସେ ଖାଲି ବିରୋଧ କରିଛନ୍ତି | ଓଡିଶାରୁ କଣ ପ୍ରାକୃତିକ ସମ୍ପଦ ପଳେଇବ ତାର ଯୁକ୍ତି ନ ଦର୍ଶାଇ ଶସ୍ତା ବୟାନ ଦେବା ଠିକ ନୁହେଁ।

ଏହାପୂର୍ବରୁ ନବୀନ ଏକ୍ସରେ ପୋଷ୍ଟ କରି କେନ୍ଦ୍ର ସରକାରଙ୍କ ଦ୍ଵାରା ଆଜି ଉପସ୍ଥାପିତ ବଜେଟ୍ ୨୦୨୬ ଉପରେ ମୁଁ ମୋର ନିରାଶା ପ୍ରକାଶ କରୁଛି। ବଜେଟରେ ଓଡ଼ିଶା ଏବଂ ଏହାର ଜନସାଧାରଣଙ୍କୁ କୌଣସି ଉଲ୍ଲେଖନୀୟ ଲାଭ ମିଳିନାହିଁ। ଓଡ଼ିଶାବାସୀଙ୍କ ଆଶା ଥିଲା ଯେ ଡବଲ ଇଞ୍ଜିନ୍ ସରକାର ଭିତ୍ତିଭୂମି, ନିଯୁକ୍ତି ସୃଷ୍ଟି ଏବଂ ରାଜ୍ୟ ପାଇଁ ଅତିରିକ୍ତ ଆବଣ୍ଟନ ଉପରେ ଧ୍ୟାନ ଦେଇ ଅଭିବୃଦ୍ଧି ଗତି ପ୍ରଦାନ କରିବ। ରାଜ୍ୟକୁ ବହୁତ କମ୍ ମିଳିଛି।

ଓଡ଼ିଶାବାସୀଙ୍କ ପାଇଁ ଏହା ଏକ ବଡ଼ ନିରାଶା ଯେ ସହରଗୁଡ଼ିକ ମଧ୍ୟରେ ସାତଟି ହାଇ-ସ୍ପିଡ୍ ରେଳ କରିଡରକୁ 'ବୃଦ୍ଧି ସଂଯୋଗକାରୀ' ଭାବରେ ବିକଶିତ କରିବାର ଘୋଷଣାରେ ଓଡ଼ିଶା ସ୍ଥାନ ପାଇନାହିଁ। ଓଡ଼ିଶା ବିଜେପି ପୂର୍ବରୁ ଭୁବନେଶ୍ଵର ମେଟ୍ରୋ ପ୍ରକଳ୍ପକୁ ହଟାଇ ଦେଇଥିଲା ଏବଂ ଲୋକଙ୍କ ଆବଶ୍ୟକତାକୁ ଅଣଦେଖା କରିବା ପୂର୍ବପରି ଜାରି ରହିଛି। ଏହା ବହୁତ ଆଶ୍ଚର୍ଯ୍ୟଜନକ ଯେ ପର୍ଯ୍ୟଟନ କେନ୍ଦ୍ରିକ ବୌଦ୍ଧ ସର୍କିଟ ବିକାଶ ଯୋଜନା ଆମର ହୀରା ତ୍ରିଭୁଜ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବୌଦ୍ଧ ସ୍ଥଳୀ ଥିବା ସତ୍ତ୍ୱେ ଓଡ଼ିଶାକୁ ସମ୍ପୂର୍ଣ୍ଣ ଭାବରେ ଛାଡ଼ି ଦେଇଛି ବୋଲି ନବୀନ ଏକ୍ସରେ ପୋଷ୍ଟ କରି କହିଥିଲେ।